ଏମିତି ନିର୍ମମ ଥିଲା ବିକାଶ, ଏନକାଉଣ୍ଟର ପରେ ଏକାଠି କରିଥିଲା ପୋଲିସ ଅଧିକାରୀଙ୍କ ଶବ

ପୋଲିସ ଦ୍ୱାରା ପଚରାଉଚୁରା ସମୟରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଅନେକ ରୋଚକ ତଥ୍ୟର ଖୁଲାସା କରିଛି । ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ବୟାନ ଦେଇଛିକି ଏକକାଉଣ୍ଟର ଭୟରେ ହିଁ ସେ ପୋଲିସ ଉପରେ ଅତର୍କିତ ଭାବେ ଗୁଳି ଚାଳନା ଆରମ୍ଭ କରିଥିଲା । ଏହା ସହ ବିକାଶ କହିଥିଲାକି ପୋଲିସ ମାନଙ୍କର ଶବକୁ ଜଳାଇବାକୁ ଚାଉଁଥିଲା ତେଣୁ କରି ସେ ସମସ୍ତ ୮ଟି ଶବକୁ ଏକାଠି କରିବାକୁ ଚେଷ୍ଟା କରିଥିଲା | କିନ୍ତୁ ଏପରି ସମ୍ଭବ ହୋଇ ପାରିନଥିଲା ।

ବିକାଶ ଏହା ମଧ୍ୟ ବୟାନ ଦେଇଛିକି, ତାର ଅନେକ ପୋଲିସ କର୍ମଚାରୀଙ୍କ ସହ ମଧ୍ୟ ସମ୍ପର୍କ ଥିଲା । ସୂଚନା ଦେବା ଯୋଗ୍ୟକି, ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ କରିବା ଆରୋପରେ ବୁଧବାର ଚୋବେପୁରର ପୂର୍ବ ଥାନାଧ୍ୟକ୍ଷ ବିନୟ ତିୱାରୀ ଓ ବିଟ ଅଧିକାରୀ କେକେ ଶର୍ମାଙ୍କୁ ଗିରଫ କରାଯାଇଛି । ଅନେକ ପୋଲିସ କର୍ମୀଙ୍କୁ ହାଜର କରାଯାଇଥିବା ବେଳେ ସନ୍ଧିଗ୍ଧ ମାନଙ୍କ ଯାଞ୍ଚ ପ୍ରକ୍ରିୟା ଏବେ ପର୍ଯ୍ୟନ୍ତ ଚାଲୁରହିଛି ।

bikash

ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଗୁରୁବାର ସକାଳ ୯.୫୫ ମିନିଟ ସମୟରେ ମଧ୍ୟ ପ୍ରଦେଶର ଉଜ୍ଜୟନ ସ୍ଥିତ ମହାକାଳେଶ୍ଵର ମନ୍ଦିରରୁ ଗିରଫ କରାଯାଇଥିଲା । ଏହା ପରେ ଉଜ୍ଜୟନ ପୋଲିସ ସିଜେଏମ ତୃପ୍ତି ପଂଡେୟଙ୍କ ସାମ୍ନାରେ ହାଜର କରିଥିଲେ । ଏହିଠାରେ ଭିଡିଓ କାନଫରେନସିଙ୍ଗ ଜରିଆରେ ବିକାଶର ଶୁଣାଣି ହୋଇଥିଲା ।

ବୟାନରେ କଣ କହିଛି ବିକାଶ;

୧. ନିଜ ପ୍ରତି ବିପଦ ଥିଲା ବୋଲି ଘାତକ ଅସ୍ତ୍ରଶସ୍ତ୍ର ସହିତ ନିଜ ସାଥି ମାନଙ୍କୁ ଘଟଣା ସ୍ଥଳକୁ ଡ଼ାକିଥିଲି ।

୨. ମୃତକ ପୋଲିସ ମାନଙ୍କ ଶବକୁ ଏକାଠି ଜଳାଇବାକୁ ଚାହୁଁଥିଲି । ଏହି କାରଣରୁ ହିଁ ସମସ୍ତ ଶବକୁ ଗୋଟେ ସ୍ଥାନରେ ଠୁଳ କରିବାକୁ ଚେଷ୍ଟା କରିଥିଲି ।

୩. ଆମ ଦଳର ଅନେକ ପୋଲିସଙ୍କ ସହ ସମ୍ପର୍କ ଅଛି ।

bikash

୪. ମୋର ସିଓ ଦେବେନ୍ଦ୍ର ମିଶ୍ରଙ୍କ ସହ ପଡୁନଥିଲା । ବ୍ୟକ୍ତିଗତ ରାଗ ଥିଲା । ତେଣୁ ତାଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲି ।

୫. ପୋଲିସ ରେଡ଼ କରିବ ତାହା ମୁଁ ପୂର୍ବରୁ ଜାଣିଥିଲି ।

୬. ମୁଁ ହିଁ ଦେବେନ୍ଦ୍ରଙ୍କ ଗୋଡ ଉପରେ ଆଘାତ କରିଥିଲି । କାରଣ ତାଙ୍କର ଗୋଟେ ଗୋଡ ଖରାପ ବୋଲି ମୋତେ ପୂର୍ବରୁ ଜଣାଥିଲା ।

୭ . ଶବ ଗୁଡିକୁ ଜଳାଇ ପ୍ରମାଣ ନଷ୍ଟ କରିବାର ପ୍ଳାନିଙ୍ଗ ଥିଲା । ତେଣୁ ହିଁ ଏକାଠି କରିଥିଲି ସମସ୍ତ ଶବ ।

କହିରଖିବା ଉଚିତ ହେବକି, ଗୁରୁବାର ବିଳମ୍ବିତ ରାତିରେ କାନପୁର ସ୍ଥିତ ଚୋବେପୁର ଥାନା ଅନ୍ତର୍ଗତ ଵିକରୁ ଗାଁରେ ରହୁଥିବା ବିକାଶ ଦୁବେଙ୍କୁ ଧରିବା ପାଇଁ ପହଁଚିଥିବା ପୋଲିସ ଉପରେ ଆକ୍ରମଣ ହେବା ସହ ଘଟଣା ସ୍ଥଳରେ ୮ ପୋଲିସ କର୍ମୀ ସହିଦ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.