ଧାର ଟଙ୍କା ସୁଝି ନପାରିବାରୁ ଖାଲି ଦେହରେ ମାର୍କେଟରେ ବୁଲାଇଲେ, ଭିଡ଼ିଓ ହେଉଛି ଭାଇରାଲ
ଧାର ନେଇଥିବା ଟଙ୍କାକୁ ଫେରାଇ ପାରିଲାନି ବୋଲି ଯୁବକଙ୍କୁ ଖାଲି ଦେହରେ ବୁଲାଇଲା । ଟଙ୍କା ଦରକାର ଥିଲା ବୋଲି ଯୁବକ ଜଣକ ଅନ୍ୟ ଜଣଙ୍କଠୁ ଟଙ୍କା ଧାର ନେଇଥିଲା। ଆଉ ତାକୁ ସୁଝିଦେବ ବୋଲି କହିଲା। କିନ୍ତୁ ଟିକେ ସମସ୍ୟା କାରଣରୁ ଅଳ୍ପ ଅଳ୍ପ କରି ଟଙ୍କା ଦେଲା। ସୂଚନା ଅନୁସାରେ ମୋଟ ୫,୧୦୦ ଟଙ୍କା ଧାର ନେଇଥିବା ଟଙ୍କାରୁ ୨୦୦୦ ଟଙ୍କା ସୁଝି ଆଉ ୩,୧୦୦ ଟଙ୍କା ଥିଲା। କିନ୍ତୁ ଏଇ କଥାରେ ରାଗିଯାଇ ଧାର ଦେଇଥିବା ବ୍ୟକ୍ତି ଜଣକ ଯୁବକଙ୍କୁ ରାସ୍ତାରେ ଖାଲି ଦେହରେ ବୁଲାଇଲା। ଘଟଣାଟି ନୋଏଡ଼ା ଅଞ୍ଚଳର..
ଧାର ନେଇଥିବା ଟଙ୍କାକୁ ଫେରାଇ ପାରିଲାନି ବୋଲି ଯୁବକଙ୍କୁ ଖାଲି ଦେହରେ ବୁଲାଇଲା । ଟଙ୍କା ଦରକାର ଥିଲା ବୋଲି ଯୁବକ ଜଣକ ଅନ୍ୟ ଜଣଙ୍କଠୁ ଟଙ୍କା ଧାର ନେଇଥିଲା। ଆଉ ତାକୁ ସୁଝିଦେବ ବୋଲି କହିଲା। କିନ୍ତୁ ଟିକେ ସମସ୍ୟା କାରଣରୁ ଅଳ୍ପ ଅଳ୍ପ କରି ଟଙ୍କା ଦେଲା। ସୂଚନା ଅନୁସାରେ ମୋଟ ୫,୧୦୦ ଟଙ୍କା ଧାର ନେଇଥିବା ଟଙ୍କାରୁ ୨୦୦୦ ଟଙ୍କା ସୁଝି ଆଉ ୩,୧୦୦ ଟଙ୍କା ଥିଲା। କିନ୍ତୁ ଏଇ କଥାରେ ରାଗିଯାଇ ଧାର ଦେଇଥିବା ବ୍ୟକ୍ତି ଜଣକ ଯୁବକଙ୍କୁ ରାସ୍ତାରେ ଖାଲି ଦେହରେ ବୁଲାଇଲା। ଘଟଣାଟି ନୋଏଡ଼ା ଅଞ୍ଚଳର..
ଏଠାରେ ରହୁଥିବା ଏହି ଯୁବକ ଜଣକ ମାର୍କେଟରେ ରସୁଣ ବିକ୍ରି କରି ନିଜ ପରିବାର ଚଳାଏ। ହଠାତ ତାର ଟଙ୍କା ଦରକାର ପଡ଼ିଲା। ଆର୍ଥିକ ସମସ୍ୟା କାରଣରୁ ପାଖରେ ଏତେ ଟଙ୍କା ବି ନଥିଲା। ତେଣୁ ସେ ମଣ୍ଡି ବା ମାର୍କେଟରେ ଥିବା ଅନ୍ୟ ଜଣେ ଲୋକଠୁ ଟଙ୍କା ଧାର ଆଣିଥିଲା। ତାକୁ ଅଳ୍ପ ଅଳ୍ପ କରି ସୁଝିଦେବ ବୋଲି କହିଲା। ଠିକ ରେ ସୁଝି ନପାରିବାରୁ ସେହି ବ୍ୟକ୍ତି ଜଣକ ଅମାନୁଷିକ ଭାବରେ ଯୁବକଙ୍କ ଦେହରୁ ପିନ୍ଧିଥିବା ସାର୍ଟ ପ୍ୟାଣ୍ଟ ବାହାର କରି ତାକୁ ଖାଲି ଦେହରେ ମାର୍କେଟରେ ବୁଲାଇଲା। ଯାହାର ଭିଡ଼ିଓ କ୍ଲିପ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।
ଆପଣ ଥରେ ନିଜେ ଭାବନ୍ତୁ ଏମିତି କରିବା କେତେଦୂର ଠିକ। କଣ ଟଙ୍କା ଦେଇପାରିଲାନି ବୋଲି କ୍ରୁରତା ପୂର୍ବକ ଏଭଳି କାଣ୍ଡ ଘଟାଇବା ଠିକ ଥିଲା ? ଏଥିରୁ ଜଣାପଡ଼ୁଛି ସେ ବ୍ୟକ୍ତିଙ୍କ ମୁହଁରେ ମାନବିକତା ବୋଲି ଟିକେ ବି ନାହିଁ।
ଏ ଭିଡ଼ିଓ ଏବେ ସମସ୍ତଙ୍କୁ ବ୍ୟଥିତ କରିଦେଉଛି। ଉତ୍ତରପ୍ରଦେଶର ନୋଏଡ଼ାରେ ଏକ ଫଳ ବଜାରରେ ମାତ୍ର ୩୦୦୦ ଟଙ୍କା କୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ବଜାରର ସାହୁକାର ଏକ ରସୁଣ ବେପାରୀ ଦେହରୁ ଜୋର ଜବରଦସ୍ତି ସାର୍ଟ ପ୍ୟାଣ୍ଟ ବାହାର କରି ମାର୍କେଟରେ ଖୋଲା ଦେହରେ ବୁଲାଉଛି। ଯାହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି।
नोएडा में क्रूरता की पराकाष्ठा
लहसुन बेचने वाले युवक 5100 रुपए उधार लिए थे। 3100 रुपए बाकी रह गए थे। इसी बात पर उधार देने वाले ने युवक को नंगा करके मंडी में घुमाया। pic.twitter.com/0LvXkhCUgP— Priya singh (@priyarajputlive) September 19, 2023
ଭିଡ଼ିଓରେ କଏଦ ହୋଇଥିବା ଏହି ଭିଡ଼ିଓ ନୋଏଡ଼ାର ଫେଜ ୨ ବଜାରରେ ଘଟିଛି। ରିପୋର୍ଟ ଅନୁସାରେ ଯେତେବେଳେ ପୀଡ଼ିତ ଯୁବକ ଜଣକ ସାହୁକାରକୁ ଶେଷଥର ଟଙ୍କା ସୁଝିବାରେ ବିଫଳ ହେଲା , ଏହାପରେ ବଜାରରେ ଥିବା ଲୋକମାନେ ହିଂସାତ୍ମକ ଭାବେ ଉକ୍ତ ଯୁବକ ଜଣକ ଦେହରୁ ଜବରଦସ୍ତି ପିନ୍ଧା ବସ୍ତ୍ରକୁ କାଢ଼ି ସବୁଆଡ଼େ ବୁଲାଇଲେ।
ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତୁରନ୍ତ ସିଟି ମାଜିଷ୍ଟ୍ରେଟ ଉକ୍ତ ବ୍ୟକ୍ତି ଜଣକଙ୍କର ଲାଇସେନ୍ସ ରଦ୍ଦ କରିଦେଲେ। ଏହାସହିତ ଫେଜ ୨ ପୋଲିସ ଷ୍ଟେସନରେ ଏଫଆଇଆର ଦର୍ଜ କରାଯାଇଛି। ଅଭିଯୋଗକାରୀଙ୍କ ନାଁ ହେଉଛି ଅମିତ । ସୁଚନା ଅନୁସାରେ ସେ ମାର୍କେଟରେ ରସୁଣ ବିକ୍ରି କରନ୍ତି। ସେ ଗୋଟିଏ ମାସ ଆଗରୁ ସୁନ୍ଦର ନାମକ ସାହୁକାରଙ୍କଠୁ ୫,୬୦୦ ଟଙ୍କା ଉଦ୍ଧାର ନେଇଥିଲେ। ଗତ ମଙ୍ଗଳବାର ସେ ୨,୫୦୦ ଟଙ୍କା ଫେରାଇଥିଲେ। ପରେ ସେ ଶେଷରେ ବାକି ଟଙ୍କା ସୁଝି ଦେବେ ବୋଲି କହିଲେ। କିନ୍ତୁ ଏହାକୁ ନବୁଝି ସାହୁକାର ଜଣକ ଉକ୍ତ ଯୁବକଙ୍କର ଏପରି ଅବସ୍ଥା କଲେ ଯାହାକୁ ଦେଖିଲେ ଆପଣ ବି ରାଗିଯିବେ ।