ଭାରତରେ ପ୍ରଥମ ଥର ପାଇଁ ଜଣେ ବାମନଙ୍କୁ ମିଳିଲା ଡ୍ରାଇଭିଂ ଲାଇସେନ୍ସ, ୩ ଫୁଟ ଉଚ୍ଚତାର ଏହି ବ୍ୟକ୍ତି କଲେ ରେକର୍ଡ

ହାଇଦ୍ରାବାଦ : କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ହିଁ ବ୍ୟକ୍ତିକୁ ଲକ୍ଷ୍ୟସ୍ଥଳ ଯାଏ ନେଇଯାଏ । ଏପରି କିଛି ଘଟିଛି ହାଇଦ୍ରାବାଦର ଗଟ୍ଟୀପଲ୍ଲୀ ଶିବପାଲଙ୍କ ସହ । ବହୁତ କିଛି କଷ୍ଟର ସାମନା କରିବା ପରେ ହାର ମାନି ନଥିବା ଏହି ବ୍ୟକ୍ତି ହେଉଛନ୍ତି ଭାରତରେ ଡ୍ରାଇଭିଂ ଲାଇସେନ୍ସ ପାଇଥିବା ପ୍ରଥମ ବାମନ ବ୍ୟକ୍ତି । ଖାଲି ସେତିକି ନୁହେଁ ଏଥିପାଇଁ ଲିମକା ବୁକ୍‌ ଅଫ୍‌ ରେକର୍ଡରେ ତାଙ୍କ ନାମ ମଧ୍ୟ ନିଆଯାଇଛି । ଏହା ଜାଣିବା ପରେ ତାଙ୍କ ଭଳି ବହୁ ଲୋକ ଡ୍ରାଇଭିଂ ଶିଖିବା ପାଇଁ ତାଙ୍କ ସହ ଯୋଗାଯୋଗ କରୁଛନ୍ତି ।

ଏବେ ଏହି ବାମନ ବ୍ୟକ୍ତି ଜଣକ ଡ୍ରାଇଭିଂ ସ୍କୁଲ ଖୋଲିବାକୁ ମଧ୍ୟ ଯୋଜନା କରୁଛନ୍ତି । ଶିବପାଲଙ୍କର ବୟସ ୪୨ ବର୍ଷ ଓ ତାଙ୍କର ଉଚ୍ଚତା ମାତ୍ର ୩ ଫୁଟ । ସେ ୨୦୦୪ ମସିହାରେ ନିଜର ଡିଗ୍ରୀ ହାସଲ କରିଥିଲେ । ଯେ କି ନିଜ ଜିଲ୍ଲାରେ ପ୍ରଥମ ଦିବ୍ୟାଙ୍ଗ ବ୍ୟକ୍ତି ଭାବେ ଡିଗ୍ରୀ ହାସଲ କରିଛନ୍ତି ।

ଶିବପାଲ ଡ୍ରାଇଭିଂ ଲାଇସେନ୍ସ ହାସଲ କରିବା ପାଇଁ ବହୁତ କଷ୍ଟ କରିଛନ୍ତି । ଲୋକେ ତାଙ୍କର ଉଚ୍ଚତା ନେଇ ତାଙ୍କୁ ବହୁତ ଥଟ୍ଟା କରୁଥିଲେ । ଶିବପାଲ କୁହନ୍ତି ଲୋକେ ମୋର ଉଚ୍ଚତାକୁ ନେଇ ମୋତେ ଚିଡାଉ ଥିଲେ । ହେଲେ ଆଜି ମୁଁ ଲିମକା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି । ଖାଲି ସେତିକି ନୁହେଁ ଅନ୍ୟ କେତେକ ରେକର୍ଡ ମଧ୍ୟ ସେ ହାସଲ କରିଛନ୍ତି ।

courtesy  : ANI

ଶିବପାଲଙ୍କୁ ଡ୍ରାଇଭିଂର ସୌକ ଆସିଥିଲା ଯେତେବେଳେ ସେ ଆମେରିକାର ଜଣେ ବାମନ ବ୍ୟକ୍ତିଙ୍କୁ କାର ଚଳାଉ ଥିବାର ଦେଖିଥିଲେ । ପରେ ସେ ନିଜ କାରକୁ ନିଜ ଚଳାଇ ପାରିବା ଭଳି ତିଆରି କଲେ । ମାତ୍ର ଯେତେବଳେ ସେ ଡ୍ରାଇଭିଂ ଶିଖିବାକୁ ଡ୍ରାଇଭିଂ ସ୍କୁଲ ଗଲେ । ସେଠାରେ ତାଙ୍କୁ ବିଭିନ୍ନ ଆଳ ଦେଖାଇ ମନା କରିଦିଆ ଗଲା । ତଥାପି ସେ ହାର ନମାନି ତାଙ୍କର ଜଣେ ବନ୍ଧୁଙ୍କ ଠାରୁ ଡ୍ରାଇଭିଂ ଶିଖିଲେ । ଯାହା ଫଳରେ ଆଜି ସେ ଦେଶର ପ୍ରଥମ ବାମନ ଡ୍ରାଇଭିଂ ଲାଇସେନ୍ସ ପାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.