ଏହି ରାଶି ବ୍ୟକ୍ତିଙ୍କ ମଧ୍ୟରେ ସବୁବେଳେ ରହେ ମତଭେଦ, ଟିକେ ଟିକେ କଥାରେ ହୁଏ ପାଟିତୁଣ୍ଡ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ଚକ୍ରରେ ମୋଟ୍‌ ୧୨ଟି ରାଶି ରହିଛି। ପ୍ରତ୍ୟେକ ରାଶିର ସମ୍ପର୍କ କୌଣସି ନା କୌଣସି ଗ୍ରହ ସହ ରହିଛି। ଏଣୁ ପ୍ରତ୍ୟେକ ରାଶିର କେହି ମିତ୍ର ଗ୍ରହ ଥିବା ବେଳେ କିଛି ଶତ୍ରୁ ଗ୍ରହ ମଧ୍ୟ ଅଛନ୍ତି। ମିତ୍ର ଗ୍ରହର ରାଶିର ଲୋକଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ। ସେହିପରି ଶତ୍ରୁ ଗ୍ରହର ଲୋକଙ୍କ ମଧ୍ୟରେ ଖରାପ ସମ୍ପର୍କ ଥାଏ। ତେବେ କେଉଁ ରାଶି ମିତ୍ର ଓ କିଏ ଶତ୍ରୁ ସାଧାରଣତଃ ଲୋକମାନେ ତାହା ଜାଣିପାରନ୍ତି ନାହିଁ। ତେବେ ଆଜି ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କର କେଉଁ ରାଶି ଶତ୍ରୁ ହୋଇଥାନ୍ତି…

ମେଷ, ସିଂହ ଓ ଧନୁ ରାଶି:

ମେଷ, ସିଂହ ଓ ଧନୁ ରାଶିକୁ ଅଗ୍ନି ତତ୍ତ୍ୱର ବୋଲି କୁହାଯାଏ। ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ ଉଗ୍ର ହୋଇଥାଏ। ଏହି ୩ଟି ରାଶିର ଲୋକଙ୍କର ପରସ୍ପର ସହ ଭଲ ପଡ଼େ। ସେହିପରି ମିଥୁନ, ତୁଳା ଓ କୁମ୍ଭ ବାୟୁ ତତ୍ତ୍ୱର ରାଶି ହୋଇଥାନ୍ତି। ଏମାନଙ୍କ ସହ ମଧ୍ୟ ଏହି ରାଶିର ଭଲ ପଡ଼େ। ପୃଥିବୀ ତତ୍ତ୍ୱ ରାଶି ବୃଷ, କନ୍ୟା ଓ ମକର ସହ ଏମାନଙ୍କର ସାମାନ୍ୟ ମିତ୍ରତା ଥାଏ। କିନ୍ତୁ ଜଳ ତତ୍ତ୍ୱର ରାଶି କର୍କଟ, ବିଛା ଓ ମୀନ ରାଶି ଲୋକଙ୍କ ସହ ଏମାନଙ୍କର ଭଲ ପଡ଼େ ନାହିଁ।

କର୍କଟ, ବିଛା ଓ ମୀନ ରାଶି:

କର୍କଟ, ବିଛା ଓ ମୀନ ରାଶିର ଲୋକ ଜଳ ତତ୍ତ୍ୱର ହୋଇଥାନ୍ତି। ଏହି ୩ଟି ରାଶିର ଲୋକଙ୍କର ପରସ୍ପର ସହ ଭଲ ପଡ଼େ। ସେହିପରି ବୃଷ, କନ୍ୟା ଓ ମକର ରାଶି ବ୍ୟକ୍ତିଙ୍କ ସହ ଏମାନଙ୍କର ଭଲ ବନ୍ଧୁତା ଥାଏ। ମିଥୁନ, ତୁଳା ଓ କୁମ୍ଭ ରାଶିର ଲୋକଙ୍କ ସହ ଏମାନଙ୍କର ମଧ୍ୟମ ଧରଣର ସମ୍ପର୍କ ଥାଏ। କିନ୍ତୁ ମେଷ, ସିଂହ ଓ ଧନୁ ରାଶିର ବ୍ୟକ୍ତିଙ୍କ ସହ ଏମାନଙ୍କର ଜମାରୁ ପଡ଼େ ନାହିଁ।

ବୃଷ, କନ୍ୟା ଓ ମକର:

ବୃଷ, କନ୍ୟା ଓ ମକର ରାଶିର ଲୋକଙ୍କର ପରସ୍ପର ସହ ଖୁବ୍‌ ଭଲ ପଡ଼େ। ଏଥିସହ କର୍କଟ, ବିଛା ଓ ମୀନ ରାଶି ସହ ବି ଏମାନଙ୍କର ଭଲ ପଡ଼େ। ଅନ୍ୟପଟେ ମେଷ, ସିଂହ ଓ ଧନୁ ରାଶି ସହ ଏମାନଙ୍କର ମଧ୍ୟମ ଧରଣ ସମ୍ପର୍କ ରହିଥାଏ। କିନ୍ତୁ ମିଥୁନ, ତୁଳା ଓ କୁମ୍ଭ ରାଶିର ଲୋକଙ୍କ ସହ ଏମାନଙ୍କର ଆଦୌ ପଡ଼େ ନାହିଁ।

ମିଥୁନ, ତୁଳା ଓ କୁମ୍ଭ:

ମିଥୁନ, ତୁଳା ଓ କୁମ୍ଭ ରାଶିର ଲୋକଙ୍କର ପରସ୍ପର ମଧ୍ୟରେ ଭଲ ସମ୍ପର୍କ ରହିଥାଏ। ମେଷ, ସିଂହ ଓ ଧନୁ ରାଶି ସହ ବି ଏମାନଙ୍କର ଭଲ ପଡ଼େ। ସେହିପରି କର୍କଟ, ବିଛା ଓ ମୀନ ରାଶିର ବ୍ୟକ୍ତିଙ୍କ ସହ ଏମାନଙ୍କ ସମ୍ପର୍କ ସାଧାରଣ ରହିଥାଏ। କିନ୍ତୁ ବୃଷ, କନ୍ୟା ଓ ମକର ରାଶିର ଲୋକଙ୍କ ସହ ମିଥୁନ, ତୁଳା ଓ କୁମ୍ଭ ରାଶିର ଲୋକଙ୍କର ଆଦୌ ଭଲ ପଡ଼େ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.