ସୁଏଜ୍‌ କେନାଲରେ ଫସିଥିବା ବିଶାଳ ଜାହାଜକୁ ସାହାଯ୍ୟ କରିବାକୁ ଆସିଲା ମିନି ବୁଲ୍‌ଡୋଜର; ମଜାକ୍‌ କରି ଏଭଳି ମିମ୍ସ ସେୟାର କଲେ ୟୁଜର

ଦୁନିଆର ଅନ୍ୟତମ ସବୁଠୁ ବଡ଼ କଣ୍ଟେନର ଜାହାଜ ଏଭରଗ୍ରୀନ୍‌ ଗତ ୩ ଦିନ ହେଲା ସୁଏଜ୍‌ କେନାଲରେ ଫସିରହିଛି। ଏହି କାରଣରୁ ଦୁନିଆର ସବୁଠୁ ବ୍ୟସ୍ତ ବାଣିଜ୍ୟ ମାର୍ଗ ଜାମ୍‌ ହୋଇଯାଇଛି। ଏହି ବିଶାଳ ଜାହାଜକୁ ହଟାଇବା ପାଇଁ ଏକ ବୁଲଡୋଜର ଡକାଯାଇଛି। ଏବେ ସୋସିଆଲ ମିଡିଆରେ ସିପ୍‌ ଓ ବୁଲଡୋଜରର ଫଟୋ ଖୁବ୍‌ ଭାଇରାଲ ହେଉଛି, ଯାହାର ଆକାରକୁ ଦେଖି ଲୋକମାନେ ହସି ହସି ବେଦମ୍‌ ହୋଇଛନ୍ତି।

ବିଶାଳକାୟ ସିପ୍‌ ପାଖରେ ଏକ କ୍ଷୁଦ୍ର ବୁଏଡୋଜରକୁ ଦେଖି ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି ଓ ମିମ୍‌ସ ସେୟାର କରୁଛନ୍ତି।

ଦେଖନ୍ତୁ କେତେକ ମଜାଳିଆ ପୋଷ୍ଟ:

ସୂଚନାଯୋଗ୍ୟ ଯେ, ସୁଏଜ କେନାଲର ସାମୁଦ୍ରିକ ରାସ୍ତାରେ ଏକ ବଡ଼ ତୈଳ ଜାହାଜ ଅଟକି ଯାଇଥିବାରୁ ଏହି ରାସ୍ତାର ଟ୍ରାଫିକ ଜାମ ହୋଇଯାଇଛି। ଏଭରଗ୍ରୀନ ନାମରେ ଏହି ୪୦୦ * ୫୦ ମିଟରର ତୈଳ ଜାହାଜର ମାଲବାହୀ କ୍ଷମତା ୨, ୧୯,୦୦୦ ଟନ୍‌ ବା ୨୦ ଫୁଟ୍‌ର ୨୦,୦୦୦ ସପିଂ କଣ୍ଟେନର ବହନ କରିବା ଭଳି। ଜାହାଜଟି ମାଟିରେ ଲାଗି ଯାଇଥିବାରୁ ଏହା ଯୋଗୁ ଡଜନରୁ ଅଧିକ ଜାହାଜ ଏହି ରାସ୍ତାରେ ଅଟକି ଯାଇଛି । ଏହି ପଥରେ ଆସୁଥିବା ଅଧିକାଂଶ ଜାହାଜ ତୈଳ ନେଇ ଆସୁଥିବାରୁ ଆଗାମୀ ଦିନରେ ତୈଳ ଦର ବଢ଼ିବ ବୋଲି ଏକ୍ସପର୍ଟମାନେ ଆଶଙ୍କା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.