ମହଙ୍ଗା ପଡ଼ିଲା ଅଜଣା ଯୁବତୀଙ୍କ ସହ ବନ୍ଧୁତା: ଘରକୁ ଡାକି ଜବରଦସ୍ତି ଉଠାଇଲେ ଅଶ୍ଳୀଳ ଫଟୋ, ବ୍ଲାକ୍‌ମେଲ୍‌ କରି ଠକି ନେଲେ ୨.୩୦ ଲକ୍ଷ

ହରିୟାଣା: ସୋସିଆଲ ମିଡିଆରେ ଭିଡିଓ କଲ୍‌ କରି ଅଶ୍ଳୀଳ ଫଟୋ ନେଇ ବ୍ଲାକ ମେଲିଂ ଘଟଣା ତ ଆମେ ସବୁବେଳେ ଦେଖୁଛେ। କିନ୍ତୁ ହରିୟାଣାର ହିସାରରୁ ଏବେ ଏକ ନୂଆ ଉପାୟରେ ବ୍ଲାକ୍‌ମେଲିଂ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୀଡ଼ିତ ଯୁବକଙ୍କ ସହ ଜଣେ ଯୁବତୀ ଫୋନ୍‌ରେ ପ୍ରଥମେ ବନ୍ଧୁତା କରିଥିଲା। ତା ପରେ ଭାଇର ଦେହ ଖରାପ ଓ ତାଙ୍କୁ ହସ୍ପିଟାଲରେ କେହି ଖାଇବାକୁ ଦେବାକୁ ନାହାନ୍ତି କହି ଘରକୁ ଡାକିଥିଲା। ତା’ ପରେ ଘରେ ପୂର୍ବରୁ ଥିବା ୭-୮ ଜଣ ଯୁବକଙ୍କ ସାହାଯ୍ୟରେ ଉକ୍ତ ଯୁବକଙ୍କୁ ମାରପିଟ୍‌ କରିବା ସହ ଜବରଦସ୍ତି ଅଶ୍ଳୀଳ ଫଟୋ ଉଠାଇଥିଲେ। ଏହା ପରେ ମାମଲାକୁ ରଫା ଦଫା କରିବାକୁ ଯୁବକଙ୍କ ଠାରୁ ୨.୩୦ ଲକ୍ଷ ଟଙ୍କା ଠକି ନେଇଥିବା ଜଣାଯାଇଛି। ଏହି ଘଟଣାରେ ଯୁବକଙ୍କର ଜଣେ ସାଙ୍ଗ ସାହାଯ୍ୟ କରିଥିବା ସେ କହିଛନ୍ତି।

ଏ ନେଇ ପୀଡ଼ିତ ଯୁବକ ଆଜାଦ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ପୀଡ଼ିତ ଯୁବକ ହେଉଛନ୍ତି ହିନ୍ଦବାନ୍‌ ଗାଁର ପ୍ରଦୀପ। ପ୍ରଦୀପ କହିଛନ୍ତି- ସେ ସୋନିଆ ନାମ୍ନୀ ଝିଅ ସହ ଫୋନ୍‌ରେ ବନ୍ଧୁତା କରିଥିଲେ। କିଛି ଦିନ କଥା ହେବା ପରେ ତାଙ୍କର ଯୁବତୀଙ୍କ ଉପରେ ସନ୍ଦେହ ହେବାରୁ ସେ ତାଙ୍କ ନମ୍ବରକୁ ବ୍ଲାକ ଲିଷ୍ଟରେ ପକାଇଥିଲେ। କିନ୍ତୁ ଯୁବତୀ ଜଣକ ପୁଣିଥରେ ତାଙ୍କୁ ଆଉ ଏକ ନମ୍ବରରୁ କଲ୍‌ କରି କଥା ହୋଇଥିଲେ।

Black mail2

ଇତି ମଧ୍ୟରେ ଏପ୍ରିଲ ୧୮ରେ ପ୍ରଦୀପ ନିଜ ସ୍ତ୍ରୀଙ୍କୁ ଜିନ୍ଦଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେତେବେଳେ ସୋନିଆ ତାଙ୍କୁ ଫୋନ୍‌ କରି କହିଥିଲେ ଯେ ମୋ ଭାଇ ବି ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଘରୁ ତାଙ୍କ ପାଖକୁ ଖାଇବାକୁ ଦେବାକୁ କେହିନାହାନ୍ତି। ସେ ସ୍ତ୍ରୀଙ୍କ ପାଖକୁ ଯିବା ବେଳେ ତାଙ୍କ ଭାଇଙ୍କ ପାଇଁ ବି ଖାଇବା ନେଇଯାଆନ୍ତେ। ସୋନିଆଙ୍କ କଥାରେ ପ୍ରଦୀପ ରାଜି ହୋଇଥିଲେ। ପ୍ରଦୀପ ସୋନିଆଙ୍କ ଘରେ ପହଞ୍ଚିବା ବେଳକୁ ସେଠାରେ ପୂର୍ବରୁ ହିଁ ୭-୮ ଜଣ ଲୋକ ଥିଲେ। ସେମାନେ ପ୍ରଦୀପଙ୍କୁ ଧରି ବାଡ଼ିଆପିଟା କରିଥିଲେ। ତା’ ପରେ ସୋନିଆଙ୍କ ସହ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ କରିଥିଲେ।

ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ପଇସା ନ ଦେଲେ ଫଟୋ ଭାଇରାଲ କରିବାକୁ ବି ଧମକ ଦେଇଥିଲେ। ତା’ ପରେ ସୋନିଆ ସେଠାକୁ ପ୍ରଦୀପଙ୍କର ଜଣେ ସାଙ୍ଗକୁ ବି ଡାକି ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲା। ଭୟରେ ପ୍ରଦୀପ ସୋନିଆକୁ ସାଙ୍ଗ ସାଥୀଙ୍କ ଠାରୁ ମାଗି ଆଣି ୨ ଲକ୍ଷ ଟଙ୍କା ଅନ୍‌ଲଇନ୍‌ ପେମେଣ୍ଟ କରିଛନ୍ତି। ଏଥିସହ ନିଜ ପାଖରେ ଥିବା ୩୦ ହଜାର ଟଙ୍କା ବି ସେ ସୋନିଆଙ୍କୁ ଦେଇଥିବା ଅଭିଯୋଗରେ କହିଛନ୍ତି। ପୋଲିସ ଏହି ଅଭିଯୋଗ ଆଧାରରେ ତଦନ୍ତ ଚଳାଇଥିବା ଜଣାଯାଇଛି।

Also Read: ଆଜି ମେଟ୍‌ ଗାଲା ୨୦୨୨: କାର୍ଯ୍ୟକ୍ରମରେ ଧୂମପାନ ଓ ପିଆଜ-ରସୁଣ ବ୍ୟାନ୍‌, ସେଲିବ୍ରିଟିଙ୍କୁ ମାନିବାକୁ ପଡ଼ିବ ଏସବୁ କଡ଼ା ନିୟମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.