ଏଠି ବିବାହ କରିବା ପାଇଁ ଯୁବତୀମାନଙ୍କୁ ଚାକିରିରୁ ନେବାକୁ ପଡ଼ିଥାଏ ଅବସର

ପ୍ରତ୍ୟେକ ଜାଗାର ନିଜସ୍ୱ ନିୟମ କାନୁନ୍‌ ରହିଛି। ଉତ୍ତର କୋରିଆ ଏମିତି ଏକ ଦେଶ, ଯେଉଁଠି ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ କେବଳ ସୁନ୍ଦରୀ ତଥା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଯୁବତୀମାନଙ୍କୁ ଚୟନ କରାଯାଇଥାଏ। ଉତ୍ତର କୋରିଆର ସଡ଼କ ଉପରେ ଟ୍ରାଫିକ୍‌ ଲେଡିଜ୍‌ମାନଙ୍କୁ ହିଁ ଦେଖିବାକୁ ମିଳିଥାଏ। କିନ୍ତୁ ସେମାନଙ୍କର ଏହି ଚାକିରି ଅଳ୍ପ ସମୟ ପାଇଁ ଉପଲବ୍ଧ ଥାଏ। ଆଉ ଏଥିରେ କେତେକ ବନ୍ଧକ ମଧ୍ୟ ରହିଥାଏ।

girl1

ଏହି ଟ୍ରାଫିକ୍‌ ଲେଡିଜ୍‌ମାନଙ୍କ ପରିଚୟ ସେମାନଙ୍କ ନୀଳ ସ୍କଟ ଏବଂ ଫିଟ୍‌ନେସକୁ କୁହାଯାଇଥାଏ। ଏହାସହିତ ସେମାନଙ୍କୁ ଏକ ଆକର୍ଷଣୀୟ ଟୋପି ମଧ୍ୟ ଦିଆଯାଇଥାଏ। ଉତ୍ତର କୋରିଆର ଲୋକେ ଏମାନଙ୍କୁ ବହୁତ ଆଦର ସମ୍ମାନ କରିଥାଆନ୍ତି। ଏଠାକାର ଟ୍ରାଫିକ୍‌ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ଟ୍ରାଫିକ୍‌ ପୋଲିସ ଚୟନ କରିବା ବହୁତ ଚ୍ୟାଲେଞ୍ଜିଂ ହୋଇଥାଏ।

ଏହାସହ ପଢ଼ନ୍ତୁ: ଦେବୀ ମା’ଙ୍କ ଅଲୌକିକତା: ମନ୍ଦିରରେ ତେଲ ନୁହେଁ, ନଦୀ ପାଣିରେ ଜଳିଥାଏ ଅଖଣ୍ଡ ଦୀପ!

girl2

ଯଦି ଯୁବତୀମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହାଁନ୍ତି, ତା’ହେଲେ ସେମାନଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥାଏ। ଟ୍ରାଫିକ୍‌ ଲେଡିଜ୍‌ମାନେ କେବଳ କିଛି ବର୍ଷ ପାଇଁ ସେବା ଯୋଗାଇ ଥାଆନ୍ତି। ଏଠାରେ ଯୁବତୀମାନଙ୍କୁ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାର ପୂର୍ଣ୍ଣ ରୂପେ ତାଲିମ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.