ଯାତ୍ରୀଙ୍କୁ ନ ନେଇ ଉଡିଯାଇଥିଲା Go First ବିମାନ, କ୍ଷମା ମାଗିବା ସହିତ ଯାତ୍ରୀଙ୍କୁ ଦେଲା ଏଭଳି ଅଫର

ଏୟାରପୋର୍ଟରେ ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଥିବା Go First ବିମାନ ଏବେ ଯାତ୍ରୀଙ୍କୁ ମାଗଣାରେ ଯାତ୍ରା କରାଇବ । ଏୟାରଲାଇନ ଛାଡି ଚାଲିଯାଇଥିବା ୫୫ ଜଣ ଯାତ୍ରୀଙ୍କୁ ବର୍ଷକ ଭିତରେ କୌଣସି ସ୍ଥାନକୁ ଟ୍ରାଭେଲ କରିବା ପାଇଁ ଗୋଟିଏ ମାଗଣା ଟିକେଟ ଦେବ । ଏୟାର ଲାଇନ ଟିକେଟ ବାବଦରେ ପଇସା ଖର୍ଚ୍ଚ କରିବ । ଯାତ୍ରୀଙ୍କୁ ଛାଡି ଚାଲିଯାଇଥିବା ବିମାନ ଯାତ୍ରୀଙ୍କୁ କ୍ଷମା ମାଗିଥିବା ବେଳେ ଏଭଳି ଅଫର ଦେଇଛି । ତେବେDGCA ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି ।

ଡିଜିସିଏ କହିଛି, ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ସହିତ ବିମାନ କମ୍ପାନୀକୁ ଜରୁରୀ ନିୟମ ପାଳନ କରିବାରେ ବିଫଳ ବୋଲି କୁହାଯାଏ । ନିୟମ ମୁତାବକ, ବିମାନ କମ୍ପାନର ଗ୍ରାଉଣ୍ଡିଂ ହ୍ୟାଣ୍ଡଲିଂ, ଲୋଡ, ଟ୍ରିମ ସିଟ୍‌ ପ୍ରସ୍ତୁତ କରିବା ସହିତ କାର୍ଗୋ ହ୍ୟାଣ୍ଡେଲ କରିବା ପାଇଁ ବ୍ୟବସ୍ଥା କରିଥିବା ସମସ୍ତେ ଦାୟିତ୍ୱହୀନ କାମ କରିଛନ୍ତି ।

ଡିଜିସିଏ ଗୋ ଫାଷ୍ଟ ଏୟାରଲାଇନ୍ସକୁ କହିଛି, ଯାତ୍ରୀଙ୍କୁ ହ୍ୟାଣ୍ଡେଲ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ସଫ୍ଟ ସ୍କିଲ ଟ୍ରେନିଂ ଉପରେ ଧ୍ୟାନ ଦିଆଯିବା ଉଚିତ। ଏହି ମାମଲାରେ ବିମାନ କମ୍ପାନୀର ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି । କମ୍ପାନୀର ଜବାବ ପାଇଁ ୨ ସପ୍ତାହ ସମୟ ଦିଆଯାଇଛି । ଜବାବ ଆସିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ବେଙ୍ଗାଲୁରୁ ଏୟାରପୋର୍ଟରୁ ଦିଲ୍ଲୀକୁ ଉଡାଣ ଭରିଥିବା ବିମାନ ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଥିଲା। ସମସ୍ତ ୫୫ ଜଣ ଯାତ୍ରୀଙ୍କୁ ଛାଡି ବିମାନ ଦିଲ୍ଲୀକୁ ଉଡାଣ ଭରିଥିଲା ।   ଯାତ୍ରୀମାନେ ବିମାନରେ ଯିବା ପାଇଁ ସଟଲ ବସ୍‌ରେ ଅପେକ୍ଷା କରି ରହିଥିଲେ । କିନ୍ତୁ ବିମାନଟି କୌଣସି ଯାତ୍ରୀଙ୍କୁ ନ ନେଇ ଉଡାଣ ଉଡିଯାଇଥିଲା। ଆଉ ଦିଲ୍ଲୀ ପହଞ୍ଚିବା ବେଳକୁ ବିମାନରେ କୌଣସି ଯାତ୍ରୀ ବିମାନରେ ନଥିଲେ । ଆଉ ଏହି ମାମଲାରେ DGCA ଏୟାରଲାଇନ୍ସ କମ୍ପାନୀ ରିପୋର୍ଟ ମାଗିଥିଲା ।  ବିମାନ ଉଡାଣ ଭରିବା ପରେ ୫୩ ଜଣ ଲୋକଙ୍କୁ ଅନ୍ୟ ଏକ ବିମାନ ଯୋଗେ ଦିଲ୍ଲୀକୁ ସିଫ୍ଟ କରାଯାଇଥିଲା। ଅନ୍ୟ ଦୁଇ ଜଣ ଯାତ୍ରୀ ରିଫଣ୍ଡ ମାଗିଥିଲା ।  ବିମାନଟି ୬.୪୦ରେ ବେଙ୍ଗାଲୁରୁରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିଲା । ବେଙ୍ଗାଲୁରୁରୁ ଦିଲ୍ଲୀ ଉଡାଣ ଭରୁଥିବା ବିମାନ ଜି୮-୧୧୬ ବିମାନଟି ବିନା କୌଣସି ଯାତ୍ରୀଙ୍କୁ ନ ନେଇ ଟେକଅଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.