Below header

ଗୁଗଲ୍ ବନାଇଲା ପ୍ରସିଦ୍ଧ ଲେଖିକା ଅମ୍ରିତା ପ୍ରୀତମଙ୍କ ଡୁଡଲ୍

ଗୁଗଲ ଆଜି ପ୍ରସ୍ତୁତ କରିଛି ପ୍ରସିଦ୍ଧ ପଞ୍ଜାବୀ ଲେଖିକା ଅମ୍ରିତା ପ୍ରୀତମଙ୍କ ଡୁଡଲ୍। ଆଜି ଅମ୍ରିତା ପ୍ରୀତମଙ୍କର ୧୦୦ତମ ଜନ୍ମଦିବସ। ଗଗୁଲ ଏହି ଡୁଡଲ୍ ଖୁବ୍ ଖାସ୍ ଅନୁମାନରେ ତିଆରି କରାଯାଇଛି। ଅମ୍ରିତା ତାଙ୍କ ସମୟର ପ୍ରସିଦ୍ଧ ଲେଖିକାମାନଙ୍କ ମଧ୍ଯରେ ଅନ୍ଯତମ ଥିଲେ। ଡୁଡଲ୍ ର ଏହି ଚିତ୍ର ମାଧ୍ଯମରେ ଲେଖିକା କିଛି ଲେଖିବାର ଦୃଶ୍ୟ ଦେଖାଯାଇଛି। ଆପଣମାନେ ଏହି ଚିତ୍ରରେ କ୍ଲିକ୍ କରିବା ଦ୍ବାରା ଅମ୍ରିତା ପ୍ରୀତମଙ୍କ ସହ ଜଡିତ ସମସ୍ତ ତଥ୍ଯ ପାଇପାରିବେ।

Amrita-Pritamଅମ୍ରିତା ୧୯୧୯ ମସିହାରେ ପଞ୍ଜାବର ଗୁଜରାଂୱାଲା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ପଞ୍ଜାବୀ ଭାଷାର ପ୍ରଥମ କବିୟତ୍ରୀ କୁହାଯାଇଥାଏ। ସେ ତାଙ୍କ ଜୀବନ କାଳ ସମୟରେ ପାଖାପାଖି ୧୦୦ଟି ପୁସ୍ତକ ଲେଖିଛନ୍ତି। ଏହି ପୁସ୍ତକ ମଧ୍ଯରେ ଗୋଟିଏ ପୁସ୍ତକ ତାଙ୍କ ଜୀବନ ଉପରେ ଆଧାରିତ। ତାଙ୍କ ଜୀବନ ଉପରେ ଆଧାରିତ ପୁସ୍ତକର ନାମ ‘ରସୀଦୀ ଟିକଟ’।

ଏହାସହ ପଢନ୍ତୁ: ଚଳନ୍ତା ଟ୍ରାଫିକ୍ ରେ ପ୍ରିୱେଡିଙ୍ଗ୍ ଫଟୋସୁଟ୍, ୟୁନିଫର୍ମରେ ଭାବିପତ୍ନୀଙ୍କ ଠାରୁ ଲାଞ୍ଚ ନେଲେ ପୋଲିସ କର୍ମଚାରୀ

ଅମ୍ରିତାଙ୍କୁ ଜୀବନର ଅନ୍ତିମ ସମୟରେ ଭାରତର ଦ୍ବିତୀୟ ବଡ ସମ୍ମାନ ପଦ୍ମବିଭୂଷଣ ପଦବୀରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ତାଙ୍କୁ ସାହିତ୍ଯ ଏକାଡେମୀ ପୁରସ୍କାର ମିଳିସାରିଥିଲା। ସେ ଖୁବ୍ କମ ବୟସରୁ ପୁସ୍ତକ ଲେଖିବା ଆରମ୍ଭ କରିଥିଲେ। ତାଙ୍କର ସବୁଠାରୁ ପ୍ରସିଦ୍ଧ କବିତା ‘ଆଜ୍ ଆଖନ୍ ୱାରିସ୍ ସାହା ନୁ’। ଏଥିରେ ଦେଶ ବିଭାଜନ ସମୟରେ ପଞ୍ଜାବରେ ଘଟିଥିବା ଭୟାନକ ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି। ତାଙ୍କ ଲେଖାକୁ କେବଳ ଭାରତ ନୁହେଁ ପାକିସ୍ତାନରେ ମଧ୍ଯ କାଫି ଉତ୍ସାହ ମିଳୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.