ରୋଡ଼ ରୋଲରେ କନିଆଁ ନେବାକୁ ଆସିଲେ ବର : ଲୋକ ଦେଖି ହେଲେ ଆଶ୍ଚର୍ଯ୍ୟ

ଲୋକ ନିଜର ବିବାହାକୁ ସ୍ମରଣୀୟ କରିବା ପାଇଁ ନାହିଁ ନଥିବା କାମ କରିଥାନ୍ତି। ଏନେଇ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ ମଧ୍ୟ କରିଥାନ୍ତି। ଏହିପରି ନିଜ ବିବାହକୁ ସ୍ମରଣୀୟ ଏବଂ ଭିନ୍ନ କରିବା ପାଇଁ ଜଣେ ବ୍ୟକ୍ତି ଏପରି ଏକ କାମ କରିଛନ୍ତି ଯାହାକୁ ଦେଖି ଆପଣ ହେବେ ଆଶ୍ଚର‌୍ୟ୍ୟ। ପଶ୍ଚିମ ବଙ୍ଗଳା ନଦିୟା ଜିଲ୍ଲାର ଜଣେ ବର ନିଜ ବିବାହକୁ ଘୋଡ଼ା କି ହାତୀ ନୁହଁ ବରଂ ରୋଡ ରୋଲରେ ଯାଇ ପହଞ୍ଚିଥିଲେ।

roller

୩୦ ବର୍ଷିୟ ଅର୍କା ପାତ୍ର ନିଜ ବିବାହରେ ରୋଡ଼ ରୋଲର ବରଯାତ୍ରୀ ନେଇ ପହଞ୍ଚିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ବ୍ୟକ୍ତି ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। ଏହା ବିଷୟରେ ଅର୍କା କହିଛନ୍ତି, ମୁଁ ବିବାହ କରିବା ପାଇଁ ଅନେକଙ୍କୁ ଆର୍ଥ ମୁଭର ନେଇ ପହଞ୍ଚିଥିବା କଥା ଶୁଣିଥିଲେ। ହେଲେ କିଏ ରୋଡ଼ ରୋଲର ନେବା କଥା ଦେଖି ନଥିଲି କି ଶୁଣି ନଥିଲି। ଏଣୁ ମୁଁ ରୋଲରରେ ଯିବାର ନିଷ୍ପତି ନେଇଥିଲି। ତେବେ ଏହି ପରି ବରଯାତ୍ରୀ ପାଇଁ ତାଙ୍କୁ ତାଙ୍କର ଭାବିପତ୍ନୀ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.