ବରଫରେ ବରଯାତ୍ରୀ; ବରଫ ରାସ୍ତାରେ ଚାଲି ଚାଲି କନ୍ୟା ଘରେ ପହଁଚିଲେ ବର, ଦେଖନ୍ତୁ ଭାଇରାଲ ଫଟୋ

ଜାନୁଆରୀ ମାସ ଶେଷ ହେବାକୁ ବସିଲାଣି କିନ୍ତୁ ଉତ୍ତର ଭାରତରେ ଥଣ୍ଡା ଶେଷ ହେବାକୁ ନାମ ଧରୁନାହିଁ। ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅନେକ ଭାଗରେ ତୁଷାରପାତ ଜାରୀ ରହିଛି। ବରଫ ପାତ କାରଣରୁ ସାଧାରଣ ଜନ ଜୀବନ ବାଧାପ୍ରାପ୍ତ ହେଉଛି। କିନ୍ତୁ ବରଫ ପାତ ଏବଂ ତା ପାଇଁ ହେଉଥିବା ଅସୁବିଧାକୁ ଜଣେ ବରପାତ୍ରଙ୍କୁ କୌଣସି ପ୍ରକାରର କ୍ଷତି କରିପାରିନାହିଁ। ରାସ୍ତାରେ ବରଫ ଜମା ହୋଇ ରହିଥିବା କାରଣରୁ ବରଯାତ୍ରୀ କନ୍ୟା ଘରେ ପହଁଚିବା କଷ୍ଟସାଧ୍ୟ ଥିଲା। କିନ୍ତୁ ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲା ବିଜରା ଗାଁରେ ଜଣେ ବରଙ୍କ ସମେତ ବରଯାତ୍ରୀ ୪ କିଲୋମିଟର ବରଫରେ ଚାଲି ଚାଲି କନ୍ୟା ଘରେ ପହଁଚିଛନ୍ତି। ବରଫରେ ଚାଲି ଚାଲି ଯାଇ କନ୍ୟା ଘରେ ବର ପହଁଚିବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।

picture courtesy : ani


ବରଫରେ ନିଜକୁ ରକ୍ଷା କରିବା ପାଇଁ ହାତରେ ବର ଛତା ଧରିଛନ୍ତି ଏବଂ ତାଙ୍କ ପଛରେ ବରଯାତ୍ରୀ ଚାଲୁଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପାହାଡୀ ରାଜ୍ୟରେ ବରଫପାତ ବିବାହ ଋତୁ ସମୟରେ ବହୁତ ଗମ୍ଭୀର ଭାବରେ ପ୍ରଭାବ ପକାଏ। ଗତ ସପ୍ତାହରେ କାଶ୍ମୀରରେ ଭାରି ବରଫ ପାତ କାରଣରୁ ଗଣେ ଜବାନ ନିଜ ବିବାହରେ ପହଁଚିନାରିନଥିଲେ। ଯାହାପରେ ବିବାହ ତାରିଖକୁ ଘୁଞ୍ଚାଇବାକୁ ପଡିଥିଲା। କିନ୍ତୁ ଏଠାରେ ଏହି ବରପାତ୍ର ଜଣଙ୍କ କମାଲ କରିଦେଖାଇଛନ୍ତି। ବରଫ ବର୍ଷା ସତ୍ତ୍ୱେ ନିଜ କନ୍ୟାକୁ ଆଣିବା ପାଇଁ ଚାଲି ଚାଲି ଗଲେ କନ୍ୟା ଘରକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.