ଫାଶୀ ପୂର୍ବରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲା ଦୋଷୀ ପୱନ ଗୁପ୍ତା

ନୂଆଦିଲ୍ଲୀ: ଫାଶୀ ପୂର୍ବରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ ହୋଇଛି । ଦୋଷୀ ପୱନ ଏହି ପିଟିସନ ଦାଖଲ କରିଛି । ଓକିଲ ଏ ପି ସିଂଙ୍କ ଜରିଆରେ ଏହି ରିଭ୍ୟୁ ପିଟିସନ ଦାଖଲ ହୋଇଛି । ଏପଟେ ଆସନ୍ତାକାଲି ନିର୍ଭୟା ଦୋଷୀଙ୍କୁ ଫାଶୀ ହେବ ନା ଘୁଞ୍ଚିବ, ଆଉ କିଛି ସମୟ ପରେ ଆସିବ ଫଇସଲା । ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଆବେଦନର ଆଜି ଶୁଣାଣି କରିବେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ତାପୂର୍ବରୁ ତିହାର୍‌ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ରିପୋର୍ଟ ମାଗିଛନ୍ତି କୋର୍ଟ । କାରଣ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି ଦୋଷୀ ବିନୟ ଶର୍ମା । ଗତକାଲି ଦୋଷୀ ଅକ୍ଷୟ ସିଂହର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ ରମନ୍ନାଙ୍କୁ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅକ୍ଷୟ ଆବେଦନକୁ ଖାରଜ କରିଛନ୍ତି ।

nirvayaପୂର୍ବରୁ ଅନ୍ୟ ଦୁଇ ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନକୁ ଖାରଜ କରି ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଫାଶୀରୁ ବର୍ତ୍ତିବା ପାଇଁ ଅକ୍ଷୟ ପାଖରେ ରାଜକ୍ଷମା ଆବେଦନ କରିବାର ବିକଳ୍ପ ରହିଛି । ଆବେଦନ କଲେ ଫାଶୀ ଦଣ୍ଡ ବିଳମ୍ବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେପଟେ ଦିଲ୍ଲୀ କୋର୍ଟରେ ତାରିଖ ଘୁଞ୍ଚାଇବାକୁ ଦୋଷୀଙ୍କ ଓକିଲ ଆବେଦନ କରିଛନ୍ତି । ରାଜକ୍ଷମା ଆବେଦନ ଖାରଜ ହେଲେ ମଧ୍ୟ ଜେଲ ମାନୁଆଲ ଅନୁସାରେ ଦୋଷୀଙ୍କୁ ଫାଶୀ ପୂର୍ବରୁ ୧୪ ଦିନର ସମୟ ଦିଆଯାଇଥାଏ । ତେଣୁ ଫେବ୍ରୁଆରୀ ୧ରେ ଫାଶୀ ଦଣ୍ଡ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

nirvayaଫାଶୀ ଦେବାକୁ ନେଇ ନୂଆ ଅନିଶ୍ଚିତତା ମଧ୍ୟ ସାମ୍ନାକୁ ଆସିଛି । କାରଣ ନିର୍ଭୟାଙ୍କ ଦୋଷୀ ଫାଶୀ ତାରିଖ ଉପରେ ରୋକ୍‌ ଲଗାଇବା ପାଇଁ ପଟିଆଲା ହାଉସ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପିଟିସନରେ ଦର୍ଶାଯାଇଛି ଯେ, ଦିଲ୍ଲୀ ଜେଲ୍‌ ମାନୁଆଲ ଅନୁସାରେ କୌଣସି ଅପରାଧରେ ଯଦି ଏକାଧିକ ଦୋଷୀ ଅଛନ୍ତି, ସମସ୍ତଙ୍କୁ ଏକାସଙ୍ଗେ ହିଁ ଫାଶୀ ଦିଆଯିବ । ଯଦି କୌଣସି ଜଣେ ଦୋଷୀଙ୍କ ଶେଷ ଆଇନଗତ ବିକଳ୍ପ ଶେଷ ନ ହୋଇଛି ସେପର୍ଯ୍ୟନ୍ତ କାହାକୁ ବି ଫାଶୀ ଖୁଣ୍ଟରେ ଝୁଲାଯାଇ ପାରିବ ନାହିଁ ।

You might also like