ତାମିଲନାଡୁର ଏକ ବିବାହରେ ନବ ଦମ୍ପତିଙ୍କୁ ବନ୍ଧୁମାନେ ଗିଫ୍ଟ ଦେଲେ ପେଟ୍ରୋଲ ଓ ଡିଜେଲ୍

ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଏମିତିକି ପେଟ୍ରୋଲ ଓ ଡିଜେଲ୍ ଦର ତା ସହିତ ସିଏନଜି ପ୍ରାଇସ ମଧ୍ୟ ବଢ଼ିଛି। ସେଥିପାଇଁ ତେଲ ଦର ବୃଦ୍ଧିକୁ ନେଇ ଏକ ବିରଳ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ। ତୈଳ ଦର ବୃଦ୍ଧି ପାଉଥିବା ବେଳେ ନବ ବିବାହିତ ଦମ୍ପତିଙ୍କୁ ତାଙ୍କର କିଛି ବନ୍ଧୁ ବିବାହ ଉପହାର ଭାବରେ ପେଟ୍ରୋଲ ଏବଂ ଡିଜେଲ ଗିଫ୍ଟ କରିଛନ୍ତି। ତେବେ ଏହି ଗିଫ୍ଟ ଦେବାର ଭିଡ଼ିଓ ଓ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

petrol diesel
picture credit- www.jagran.com

ତାମିଲନାଡୁରେ ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ନଅ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ତେଣୁ ତେଲ ଦରକୁ ଆଖି ଆଗରେ ରଖି ନୂତନ ବିବାହିତ ଦମ୍ପତିଙ୍କୁ ତାଙ୍କ ବନ୍ଧୁମାନେ ପେଟ୍ରୋଲ ଏବଂ ଡିଜେଲର ବୋତଲ ଉପହାର ଦେଇଥିଲେ। ତାମିଲନାଡୁର ଚେଙ୍ଗଲପାଟ୍ଟୁ ଜିଲ୍ଲାର ଚେୟୁର ଗାଁର ଏହି ଭିଡିଓ ସୋସିଆଲ ମିଡିଆରେ ଅନେକ ଦର୍ଶକଙ୍କୁ ଆକର୍ଷିତ କରିସାରିଛି। ଏହାକୁ ଦେଖି ଅନେକ ୟୁଜର କେମଣ୍ଟ ଦେଉଛନ୍ତି ଓ ଏହି ପୋଷ୍ଟ ରେ ନିଜ ବନ୍ଧୁଙ୍କୁ ଟ୍ୟାଗ ମଧ୍ୟ କରୁଛନ୍ତି। ନିଜ ନିଜ ବିବାହରେ ପେଟ୍ରୋଲ ଓ ଡିଜେଲ୍ ଗିଫ୍ଟ କରିବା ପାଇଁ।

ତେବେ ତାମିଲନାଡୁରେ କିଛି ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ନଅ ଟଙ୍କାରୁ ଅଧିକ ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୮୫ ପଇସା ରହିଛି ଓ ଡିଜେଲ ମୂଲ୍ୟ ରହିଛି ୧୦୦ ଟଙ୍କା ୯୪ ପଇସା । ନିଜ ବନ୍ଧୁମାଙ୍କର ଏପରି ବୁଦ୍ଧି ଦେଖି ନବ ଦମ୍ପତି ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ତେବେ ଆଜି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୫୦ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା ରହିଛି ୧୦୨ ଟଙ୍କା ୨୪ ପଇସା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.