Below header

ସାନିଟାରୀ ନାପକିନ୍ ଉପରୁ ସମ୍ପୂର୍ଣ୍ଣ ଛାଡ଼ : ୩୫ଟି ସାମଗ୍ରୀ ଉପରୁ କମିଲା ଜିଏସଟି ହାର

ନୂଆଦିଲ୍ଲୀ : ସାନିଟାରୀ ନାପକିନ୍ ଉପରୁ ସଂପୂର୍ଣ୍ଣ ଛାଡ ହେଲା ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା ଜିଏସଟି। ପୂର୍ବରୁ ସାନିଟାରୀ ନାପକିନ୍ ଉପରେ ୧୨ ପ୍ରତିଶତ ଜଏସଟି ପଡୁଥିଲା। ଏବେ ତାହା ସଂପୂର୍ଣ୍ଣ ଟିକସ ଛାଡ ହୋଇଛି। ଫ୍ରିଜ୍ ଏବଂ ୱାଶିଂ ମେସିନ ଉପରେ ୧୮ ପ୍ରତିଶତକୁ ଟିକସ କମିଲା ଟିକସ । ୨୮ତମ ଜିଏସଟି କାଉସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି ୩୫ଟି ସାମଗ୍ରୀ ଉପରୁ ଜିଏସଟି କମିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୂଷ ଗୋଏଲଙ୍କ ଅଧ୍ୟକ୍ଷରେ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ବାଉଁଶଜାତ ପଦାର୍ଥ ଉପରୁ ଜିଏସଟିକୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିପରି ୨୮ ପ୍ରତିଶତ ଟିକସ ଥିବା ଅନେକ ଦ୍ରବ୍ୟର ଟିକସ କମାଯାଇଛି । ହଜାରେ ଟଙ୍କାରୁ କମ ଜୋତା ଉପରେ ଏବେ ୫ ପ୍ରତିଶତ ଜିଏସଟି ଲାଗିବ। ଏଥିସହ ବ୍ୟବସାୟୀଙ୍କ ପାଇଁ ଜିଏସଟି ରିଟର୍ଣ୍ଣ ନିୟମରେ କୋହଳ କରାଯାଇଛି। ଏବେ ଜିଏସଟି ରିଟର୍ଣ୍ଣ କରିବାକୁ ଗୋଟିଏ ପୃଷ୍ଠାର ଫର୍ମ ପୂରଣ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.