ଗୁଜରାଟ ଓ ଉତ୍ତରାଖଣ୍ଡରେ କମିଲା ଟ୍ରାଫିକ୍‌ ଫାଇନ୍‌, ଜାଣନ୍ତୁ କେଉଁ ନିମୟ ପାଇଁ କେତେ ଦେବାକୁ ପଡିବ ଜରିମାନା

(କେନ୍ୟୁଜ୍): ନୂଆ ମୋଟର ଯାନ ସଂଶୋଧନ ଆଇନକୁ ନେଇ ବଢିବାରେ ଲାଗିଛି ଅସନ୍ତୋଷ । ଏହା ପରେ ଆଉ ଗୋଟିଏ ପରେ ଗୋଟିଏ ରାଜ୍ୟ ଟ୍ରାଫିକ୍‌ ଫାଇନ୍‌ କମାଇଛନ୍ତି । ଗୁଜରାଟ ଓ ଉତ୍ତରାଖଣ୍ଡ ଏପରି ପଦକ୍ଷେପ ନେଇଛନ୍ତି । ପ୍ରଥମେ ଗୁଜରାଟ ଫାଇନ୍‌ କମାଇଥିବା ବେଳେ ଏବେ ଉତ୍ତରାଖଣ୍ଡ ସରକାର ଫାଇନ କମାଇଛନ୍ତି । ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ବଦଳରେ ୨୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ରେ କଥା ହେଲେ ୧୦୦୦ ଟଙ୍କା ଓ ଦ୍ୱିତୀୟ ଥର ଏପରି କଲେ ୫ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିପରି ଦ୍ରୁତ ଗତିରେ ଗାଡି ଚଳାଇଲେ ୨ ହଜାର ଟଙ୍କା ଦେବାକୁ ହେବ । ରଙ୍ଗ ରୁଟ୍‌ରେ ଗାଡ଼ି ଚଳାଇ ଧରାପଡ଼ିଲେ ୨ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.