Below header

ହମାସ୍‌କୁ ବଡ଼ ଝଟ୍‌କା…! ଗ୍ଲାଇଡର୍ସ ନିୟନ୍ତ୍ରଣ କରୁଥିବା କମାଣ୍ଡର ଇସ୍ରାଏଲ୍‌ ଏୟାର ଷ୍ଟ୍ରାଇକ୍‌ରେ ନିପାତ

ହମାସ୍‌ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧ ସପ୍ତାହ ବିତିଛି। ଏହାରି ଭିତରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଶନିବାର ଏକ ବଡ଼ ଦାବି କରି କହିଛି ଯେ ଗାଜା ଷ୍ଟ୍ରିପ୍‌ରେ ରାତିସାରା ଏୟାର ଷ୍ଟ୍ରାଇକ୍‌ କରାଯାଇ ହମାସ୍‌ ଦଳର ଜଣେ ବରିଷ୍ଠ ସଦସ୍ୟଙ୍କୁ ନିପାତ କରାଯାଇଛି।

ହମାସ୍‌ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧ ସପ୍ତାହ ବିତିଛି। ଏହାରି ଭିତରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଶନିବାର ଏକ ବଡ଼ ଦାବି କରି କହିଛି ଯେ ଗାଜା ଷ୍ଟ୍ରିପ୍‌ରେ ରାତିସାରା ଏୟାର ଷ୍ଟ୍ରାଇକ୍‌ କରାଯାଇ ହମାସ୍‌ ଦଳର ଜଣେ ବରିଷ୍ଠ ସଦସ୍ୟଙ୍କୁ ନିପାତ କରାଯାଇଛି।

ଦ ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ଅନୁସାରେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ଦାବି ମୁତାବକ, ଏୟାର ଷ୍ଟ୍ରାଇକ୍‌ରେ ହମାସ ଏୟାର ଗ୍ରୁପ୍‌ର ମୁଖ୍ୟ ଅବୁ ମୁରାଦଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଆକ୍ରମଣରେ ଏକ ମୁଖ୍ୟାଳୟକୁ ଟାର୍ଗେଟ୍‌ କରିଥିଲା, ଯେଉଁଠାରୁ ଆତଙ୍କବାଦୀ ଗୋଷ୍ଠୀ ନିଜର ବାୟୁ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିଲେ।

ଦ ଟାଇମ୍ସ ଅଫ୍ ଇସ୍ରାଏଲ କହିଛି ଯେ ଗତ ସପ୍ତାହରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ବେଳେ ଅବୁ ମୁରାଦ ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିରେ ହମାସର ଆତଙ୍କବାଦୀ ହ୍ୟାଙ୍ଗ ଗ୍ଲାଇଡର ଜରିଆରେ ଇସ୍ରାଏଲରେ ପ୍ରବେଶ କରିଥିଲେ।

ଆଇଡିଏଫ୍ କହିଛି ଯେ ଏହା ଶନିବାର ରାତିରେ ବିଭିନ୍ନ ଆକ୍ରମଣରେ ହମାସ କମାଣ୍ଡୋ ଫୋର୍ସର ହଜାରରୁ ଅଧିକ ଠିକଣାକୁ ଟାର୍ଗେଟ କରିଛି, ଯେଉଁମାନେ ଅକ୍ଟୋବର ୭ରେ ଇସ୍ରାଏଲରେ ଅନୁପ୍ରବେଶ କରିଥିଲେ।

କହି ରଖୁଛୁ, ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ ଆରମ୍ଭ କରିଥିଲା, ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ। ସେବେଠାରୁ ଜାରି ରହିଥିବା ଏହି ଯୁଦ୍ଧରେ ଇସ୍ରାଏଲରେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଜାରେ ୧,୫୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.