ଜୁନ୍‌ ୨ରେ ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ, ନିକଟରେ ଛାଡ଼ିଥିଲେ କଂଗ୍ରେସ

ହାର୍ଦ୍ଦିକ ପଟେଲ ଜୁନ୍‌ ୨ରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ। ଏହି କଥା ନିଜେ ହାର୍ଦ୍ଦିକ ନିଶ୍ଚିତ କରିଛନ୍ତି। ନିକଟରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ହାର୍ଦ୍ଦିକ ପଟେଲ ପଦ୍ମ ଧରିବାକୁ ଯାଉଛନ୍ତି। କଂଗ୍ରେସ ଛାଡ଼ିବା ପରେ ସେ ଆମ୍‌ ଆଦ୍‌ମୀ ପାର୍ଟି ଯିବା ନେଇ ମଧ୍ୟ ଅନୁମାନ କରାଯାଉଥିଲା।

କହି ରଖୁଛୁ, ହାର୍ଦ୍ଦିକ ପଟେଲଙ୍କୁ କଂଗ୍ରେସ ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଦେଇଥିଲା। କିନ୍ତୁ ଏଥିରେ ହାର୍ଦ୍ଦିକ ଖୁସି ନ ଥିଲେ। ତାଙ୍କ କହିବା ଥିଲା ଯେ ତାଙ୍କ ପାଖରେ ନିଷ୍ପତ୍ତି ନେବାର କୌଣସି ସ୍ୱତନ୍ତ୍ରତା ବା ଅଧିକାର ନାହିଁ। ଏଥିରେ ଅସନ୍ତୁଷ୍ଟ ହୋଇ ହାର୍ଦ୍ଦିକ ପଟେଲ ଗତ ମେ’ ୧୮ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଦେଇଥିଲେ। ତେବେ ହାର୍ଦ୍ଦିକ ଗାନ୍ଧୀ ନଗରସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳରେ ସାମିଲ ହେବେ। କୁହାଯାଉଛି ଯେ ହାର୍ଦ୍ଦିକ ପଟେଲଙ୍କ ସହ ୧୫,୦୦୦ ଅନ୍ୟ ଲୋକ ମଧ୍ୟ ବିଜେପିରେ ସାମିଲ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.