Below header

‘ସରି… ମୁଁ ଜାଣିନଥିଲି ଏହା କରୋନା ଭ୍ୟାକ୍‌ସିନ୍‌’, କାଗଜରେ ଏମିତି ଲେଖି ଚୋର ଫେରାଇଲା ଟିକା

କରୋନା ମହାମାରୀ ଏବେ ଉଗ୍ର ରୂପ ଧାରଣ କରିଛି। ବର୍ତ୍ତମାନର ଭୟାବହ ସ୍ଥିତିରେ ଏବେ ସମସ୍ତେ ପରସ୍ପରକୁ ସାହାଯ୍ୟର ହାତ ବଢ଼ାଉଥିବା ଦେଖାଯାଇଛି। ଇତିମଧ୍ୟରେ ହରିୟାଣାର ଜିନ୍ଦର ସିଭିଲ ହସ୍ପିଟାଲରୁ ଚୋରିର ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ବୁଧବାର ରାତିରେ ଏକ ଚୋର କରୋନା ଭ୍ୟାକସିନ୍‌ର ୧୦୦ ଡୋଜ୍‌ ଚୋରାଇ ନେଇଥିଲା। କିନ୍ତୁ ଗୁରୁବାର ସିଭିଲ ଲାଇନ୍‌ ଥାନା ବାହାରେ ଏକ ଚା’ବାଲାକୁ ସମସ୍ତ ମେଡିସିନ୍‌ ଫେରାଇ ଦେଇଥିଲା ଓ ସାଙ୍ଗରେ ଏକ ନୋଟ୍‌ ଛାଡ଼ିଥିଲା। ଉକ୍ତ କାଗଜରେ ଲେଖାଥିଲା-‘ସରି… ମୁଁ ଜାଣିନଥିଲି ଏହା କରୋନା ଭ୍ୟାକ୍‌ସିନ୍‌’।

ଏନେଇ ଜିନ୍ଦ ପୋଲିସର ଡିଏସ୍‌ପି ଜିତେନ୍ଦ୍ର ଖଟକଡ ସୂଚନା ଦେଇ ମାମଲାକୁ ସତ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି- ଚୋର ଜଣେ ବୃଦ୍ଧ ଚା’ ବାଲାକୁ ଭ୍ୟାକ୍‌ସିନ୍‌ ଫେରାଇ ଦେଇ ଘଟଣାସ୍ଥଳରୁ ଚାଲିଯାଇଥିଲା। ପରେ ବୃଦ୍ଧ ଥାନାରେ ପହଞ୍ଚି ଉକ୍ତ ବ୍ୟାଗ୍‌ ଫେରାଇଥିଲେ। ବ୍ୟାଗ୍‌ ଭିତରୁ କୋଭିସିଲ୍ଡର ୧୮୨ଟି ଓ କୋଭାକ୍ସିନ୍‌ର ୪୪୦ଟି ଡୋଜ୍‌ ଜବତ ହୋଇଛି। ଏଥିସହ ଏକ ହାତ ଲେଖା ଚିଠି ବି ମିଳିଛି।

corona2
Image Credit: indiatoday

ଡିଏସ୍‌ପି ଜିତେନ୍ଦ୍ର କହିଛନ୍ତି, ବୋଧେ ଚୋର ରେମଡେସିଭିର ଇଞ୍ଜେକସନ୍‌ ନେବା ବଦଳରେ ଭୁଲ୍‌ରେ କରୋନା ଟିକା ଚୋରାଇ ନେଇଥିଲା। କିନ୍ତୁ ଏବେ ଯାଏଁ ଚୋର ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ପୋଲିସ ଏହି ମାମଲାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୪୫୭ ଓ ୩୮୦ ଧାରା ଅନ୍ତର୍ଗତ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.