Below header

କଲେକ୍ଟରଙ୍କ କ୍ଲାସ୍‌ରେ ହେଡ୍‌ ମାଷ୍ଟର ଫେଲ୍‌: ୪୪୧କୁ ୪ରେ ଭାଗ କରିପାରିଲେଣି ଦିଦି, ମିଳିଲା କାରଣ ଦର୍ଶାଅ ନୋଟିସ୍‌

ମଧ୍ୟ ପ୍ରଦେଶର ବାଲାଘାଟରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଡା. ଗିରିଶ କୁମାର ମିଶ୍ର ବିରସା ବିକାଶ ଅଞ୍ଚଳର ଏକ ସରକାରୀ ପ୍ରାଇମେରୀ ସ୍କୁଲକୁ ଅଚାନକ ପରିଦର୍ଶନ କରିଛନ୍ତି ବିଦ୍ୟାଳୟର ସବୁ ପୋଲ୍‌ ଖୋଲି ଦେଇଛନ୍ତି। ଇନ୍ସପେକ୍ସନ୍‌ ବେଳେ ସେ ପିଲାଙ୍କ ଜ୍ଞାନ ପରୀକ୍ଷା କରିବା ପାଇଁ ଗଣିତର ଏକ ପ୍ରଶ୍ନ ସମାଧାନ କରିବାକୁ ଦେଇଥିଲେ। ପିଲାମାନେ ଏହି ପ୍ରଶ୍ନର ଉତ୍ତର ନ ଦେଇ ପାରିବାରୁ ସେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏହାର ଉତ୍ତର କରିବାକୁ କହିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିଜେ ଦିଦି ମଧ୍ୟ ଏହାର ସମାଧାନ କରିପାରିନଥିଲେ। ଏହି ସାଧାରଣ ପ୍ରଶ୍ନ ୪୪୧କୁ ୪ରେ ହରିବାର ଥିଲା।

ସ୍କୁଲର ଶିକ୍ଷୟିତ୍ରୀ ସୋନା ଧୁର୍ବେ ଏହି ହରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଭୁଲ ଉତ୍ତର ବାହାର କରିଥିଲେ। କଲେକ୍ଟର ଡାକ୍ତର ଗିରିଶ ମିଶ୍ର ଏହା ଦେଖିବାପରେ ପ୍ରବଳ ଗାଳି ଦେଇଥିଲେ। ତାଙ୍କର ଦରମା ବୃଦ୍ଧି ରୋକିବା ସହ ହେଡ୍‌ ମାଷ୍ଟର ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସୋସିଆଲ ମିଡିଆରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି।


ଜିଲ୍ଲାପାଳ ଶ୍ରୀ.ମିଶ୍ର ସିଏମ୍‌ ରାଇସ୍‌ ସ୍କୁଲ ମଲାଜଖଣ୍ଡର ପ୍ରାଇମେରୀ କ୍ଲାସ୍‌ର ମଧ୍ୟ ନିରୀକ୍ଷଣ କରିଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଗୁରୁତ୍ୱପୂର୍ଣ୍ଣ ସିଏମ୍‌ ରାଇଜ୍‌ ଯୋଜନାରେ ତିଆରି କରାଯାଇଛି। ସେଠାରେ ମଧ୍ୟ ଜଣେ ଶିକ୍ଷୟିତ୍ରୀ ଗଣିତ ପ୍ରଶ୍ନର ଭୁଲ ଉତ୍ତର କହିଥିଲେ। ସେଠାରେ ବ୍ଲାକ୍‌ ବୋର୍ଡରେ ୬୦୨୪ କୁ ୫ରେ ଭାଗ କରିବାକୁ ଦିଆଯାଇଥିଲା। କିନ୍ତୁ ପିଲାମାନେ ଏହି ହରଣ କରିପାରିନଥିଲେ। ପରେ ଶିକ୍ଷୟିତ୍ରୀ ମଧ୍ୟ ଭୁଲ ଉତ୍ତର ବାହାର କରିଥିଲେ। ଏହା ପରେ ସେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

Also Read: ତାଲିବାନ୍‌ ରାଜ୍‌କୁ ବର୍ଷେ: ଆଫ୍‌ଗାନ୍‌ରେ ବନ୍ଦ ହୋଇଗଲାଣି ଅଧିକାଂଶ ମିଡିଆ ହାଉସ୍‌, ୨୦୦୦ ସାମ୍ବାଦିକ ବେରୋଜଗାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.