ଆସନ୍ତାକାଲି ଠାରୁ ଶ୍ରୀନଗରରେ ଜି ୨୦ ସମ୍ମିଳନୀ, ସୁରକ୍ଷା କଡାକଡି

ଜମ୍ମୁ କାଶ୍ମୀରରେ ସୁରକ୍ଷାର ଅଭେଦ୍ୟ ଦୁର୍ଗ। ଆସନ୍ତାକାଲି ଠାରୁ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି ଜି ୨୦ ସମ୍ମିଳନୀ। ମେ ୨୪ ପର୍ଯ୍ୟନ୍ତ ଚାଲିବ । ଏଥି ପାଇଁ ସେନାର ଲେନ୍‌ସରେ ଶ୍ରୀନଗର। ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଜମ୍ମୁ କାଶ୍ମୀରରେ ସୁରକ୍ଷାର ଅଭେଦ୍ୟ ଦୁର୍ଗ। ଆସନ୍ତାକାଲି ଠାରୁ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି ଜି ୨୦ ସମ୍ମିଳନୀ। ମେ ୨୪ ପର୍ଯ୍ୟନ୍ତ ଚାଲିବ । ଏଥି ପାଇଁ ସେନାର ଲେନ୍‌ସରେ ଶ୍ରୀନଗର। ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଯେ କୌଣସି ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିବା ଲାଗି ସଜାଗ ରହିଛି ସେନା। ଅନ୍ତର୍ଜାତୀୟ ସୀମା ନିକଟରେ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି। ଜମ୍ମୁ ଏଲଓସି ନିଟକରେ ଥିବା ଚେନାବ ନଦୀରେ ପାଟ୍ରୋଲିଂ କରୁଛି ବିଏସଏଫ୍‌ର ଓ୍ଵାଟର ଓ୍ଵିଙ୍ଗ। ରାତିରେ ବି ବୋଟ ପାଟ୍ରୋଲିଂ ହେଉଛି।

ଡାଲ ହ୍ରଦରେ ମଧ୍ୟ ପାଟ୍ରୋଲିଂ କରୁଛନ୍ତି ବିଏସଏଫ୍‌ ଯବାନ । ଦେଶ ପାଇଁ ୨୪ ଘଣ୍ଟା ସଜାଗ ଥିବା କହିଛନ୍ତି ବିଏସ୍‌ଏଫ ଯବାନ। ଅନ୍ୟପଟେ ରାଜୌରିରେ ଚେକିଂ ଜୋରଦାର କରାଯାଉଛି। ସବୁ ପ୍ରକାର ଯାନକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି।

ଯେପରି କୌଣସି କାଣ୍ଡ ଘଟାଇବାକୁ ଖସି ନଯାଇପାରନ୍ତି ଆତଙ୍କବାଦୀ। ଜମ୍ମୁ କାଶ୍ମୀରରୁ ୩୭୦ ହଟିବା ପରେ ଏହା ପ୍ରଥମ ବଡ଼ ଅନ୍ତର୍ଜାତୀୟ ସମ୍ମିଳନୀ। ଜମ୍ମୁ କାଶ୍ମୀରରେ ପର୍ଯ୍ୟଟନର ପ୍ରଚାର ପ୍ରସାର ଏହି ସମ୍ମିଳନୀର ପ୍ରାଥମିକ ଲକ୍ଷ୍ୟ ।