କେନ୍ଦ୍ର-ଦିଲ୍ଲୀ ଲଢ଼େଇ ତେଜିଲା, କେନ୍ଦ୍ର ବିରୋଧରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ରଣହୁଂକାର

କେନ୍ଦ୍ର-ଦିଲ୍ଲୀ ଲଢ଼େଇ ତେଜିଲା। କେନ୍ଦ୍ର ବିରୋଧରେ ରଣହୁଂକାର ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ଦିଲ୍ଲୀ ସରକାରଙ୍କ ହାତରେ ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦିନକ ପରେ ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ଆଦେଶକୁ ଅକାମୀ କରିଥିଲେ କେନ୍ଦ୍ର ସରକାର।

ନୂଆଦିଲ୍ଲୀ : କେନ୍ଦ୍ର-ଦିଲ୍ଲୀ ଲଢ଼େଇ ତେଜିଲା। କେନ୍ଦ୍ର ବିରୋଧରେ ରଣହୁଂକାର ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ଦିଲ୍ଲୀ ସରକାରଙ୍କ ହାତରେ ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦିନକ ପରେ ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ଆଦେଶକୁ ଅକାମୀ କରିଥିଲେ କେନ୍ଦ୍ର ସରକାର।

ଏହା ପରେ କେନ୍ଦ୍ର ବିରୋଧରେ ରଣହୁଂକାର ଦେଇଛନ୍ତି କେଜ୍ରିଓ୍ଵାଲ। ବିଜେପି ବିରୋଧରେ ବିରୋଧୀଙ୍କୁ ମେଳି କରିବେ। ଟାର୍ଗେଟ ରହିବ ୨୦୨୪ ନିର୍ବାଚନ । ଆଜି କେଜ୍ରିଓ୍ଵାଲଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତାଙ୍କ ସାଙ୍ଗରେ ଥିଲେ ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ।

ନିର୍ବାଚନ ସରକାରଙ୍କୁ ଦିଆଯାଇଥିବା କ୍ଷମତାକୁ କିଭଳି କାଢ଼ି ନିଆଯାଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି ନୀତିଶ କୁମାର। ଏହା ସମ୍ବିଧାନ ବିରୋଧୀ ବୋଲି ନୀତିଶ କହିଛନ୍ତି। ଦିନକ ପରେ କୋଲାକତା ଯାଇ ମମତା ବାନାର୍ଜୀଙ୍କୁ ଭେଟିବେ କେଜ୍ରିଓ୍ଵାଲ। ସବୁ ରାଜ୍ୟକୁ ଯାଇ ସବୁ ନେତାଙ୍କୁ କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ସମର୍ଥନ ଲୋଡ଼ିବେ ବୋଲି କେଜ୍ରିଓ୍ଵାଲ କହିଛନ୍ତି।

୨୦୨୪ରେ ବିଜେପିକୁ ପରାସ୍ତା କରିବାକୁ ରାଜ୍ୟସଭା ପ୍ଲାନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ସବୁ ବିରୋଧୀ ଏକାଠି ହୋଇ ରାଜ୍ୟସଭାରେ ବିଲ୍‌ ପାସ କରାଇ ନଦେଲେ ଏହା ୨୦୨୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହେବ ବୋଲି କହିଛନ୍ତି କେଜ୍ରିଓ୍ଵାଲ । ଅନ୍ୟପଟେ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍‌ଗେଙ୍କୁ ସାକ୍ଷାତ କରିବେ ନୀତିଶ କୁମାର ଓ ତେଜସ୍ୱୀ ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.