ନ୍ୟୁଜିଲାଣ୍ଡରେ ହଷ୍ଟେଲରେ ଅଗ୍ନିକାଣ୍ଡ: ୧୦ ଅନ୍ତେବାସୀଙ୍କ ମୃତ୍ୟୁ, ୨୦ ଜଣଙ୍କ ମିଳୁନି ପତ୍ତା

ନ୍ୟୁଜିଲାଣ୍ଡରେ ହଷ୍ଟେଲରେ ଅଗ୍ନିକାଣ୍ଡ, ୧୦ ମୃତ । ନ୍ୟୁଜିଲ୍ୟାଣ୍ଡର ରାଜଧାନୀ ୱେଲିଂଟନସ୍ଥିତ ଏକ ଚାରି ମହଲା ହଷ୍ଟେଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ବଢିବାରେ ମୃତ୍ୟୁସଂଖ୍ୟା ।

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ହଷ୍ଟେଲରେ ଅଗ୍ନିକାଣ୍ଡ, ୧୦ ମୃତ । ନ୍ୟୁଜିଲ୍ୟାଣ୍ଡର ରାଜଧାନୀ ୱେଲିଂଟନସ୍ଥିତ ଏକ ଚାରି ମହଲା ହଷ୍ଟେଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ବଢିବାରେ ମୃତ୍ୟୁସଂଖ୍ୟା । ୱେଲିଂଟନସ୍ଥିତ ୪ ମହଲା ହଷ୍ଟେଲରେ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ରହୁଥିବା ଜଣାଯାଇଛି ।

ଗତ ରାତିରେ ହଷ୍ଟେଲର ତୃତୀୟ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା । ହଷ୍ଟେଲରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ୍‌ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ନିଆଁ ଚାରିଆଡ଼େ ବ୍ୟାପି ଯାଇଥିବାରୁ ହଷ୍ଟେଲ ଅନ୍ତେବାସୀଙ୍କୁ ଉଦ୍ଧାର କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଅଗ୍ନିଶମ କର୍ମଚାରୀ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ହଷ୍ଟେଲର ୫୦ ଜଣଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ୨୦ରୁ ଅଧିକ ଜଣଙ୍କ ପତ୍ତା ମିଳୁନି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଥିବା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏନେଇ ସେ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା । କିପରି ଏପରି ଭୟଙ୍କର ଘଟଣା ଘଟିଲା ତାହାର ତଦନ୍ତ ନିହାତି ହେବ । କିନ୍ତୁ ବର୍ତ୍ତମାନ ପାଇଁ, ପରିସ୍ଥିତିକୁ ସାମ୍ନା କରିବା ତଥା ଉଦ୍ଧାର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିଭୂତ ହୋଇଛି।

ନିଆଁ ଲାଗିଯିବା ହେତୁ ବିଲ୍ଡିଂର କିଛି ପାର୍ଶ୍ୱ ଧସି ପଡ଼ୁଥିବାରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରୁ ନାହିଁ । ଏହା ଏକ କଳା ଅଧ୍ୟାୟ ଓ ଭୟଙ୍କର ସ୍ୱପ୍ନ ବୋଲି ନ୍ୟୁଜିଲାଣ୍ଡର ଚିଫ୍‌ ଫାୟାର ଅଫିସର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.