ବିରିୟାନି ବନାମ ୫ ପଇସା କଏନ, ଅଫର ଦେଇ କଣ ହେଲା ଦୋକାନୀଙ୍କ ଅବସ୍ଥା ଜାଣନ୍ତୁ

ବିରିୟାନି ଖାଇବ ବିରିୟାନି ! କିଏ ଏମିତି ଡାକେ ବିକିବାକୁ । ନହେଲେ କିଏ ଘୋଷଣା କରେ ଏକ ରେ ଏକ ଫ୍ରି । ଆଉ ନହେଲେ ପ୍ଲେଟ ଏତିକି । କାରଣ କିଛି ନୂଆ ଆରମ୍ଭ କଲେ ତ ଅଫର ଦବାକୁ ହିଁ ପଡିବ । ନହେଲେ କିଏ ଆସିବ ଯେ ।

ଆରେ ଏ କଣ ଯେ । ଅଦ୍ଭୁତ କଥା । ଲୋକଟି ପାଗଳ ନା କଣ । କହୁଛି ୫ ପଇସା କଏନ ଆଣିଲେ ବିରିୟାନି ଖାଇବ । ଅଚଳ ହୋଇ ସାରିଥିବା ୫ ପଇସା କାହା ପାଖରେ ଥିବ ଯେ । ଆଉ ଇଏ କେମିତିକା ବିରିୟାନି କି ? ଏମିତି କଣ ଅଫର ଦେଉଛନ୍ତି ଦୋକାନୀ ? ନା ଆଜ୍ଞା, ଭଲ ବିରିୟାନି । ନୂଆ ଷ୍ଟଲଟେ । ଲୋକଟି ବି ଭଲ।

ଆମେ କହୁଛୁ ତାମିଲନାଡୁର ଚେନ୍ନଇ ସ୍ଥିତ ଏକ ହୋଟେଲ କଥା । ମାଲିକ ଜଣକ ଏକ ଅଫର ଦେଲେ ଯେ ଯିଏ ୫ ପଇସାର କଏନ ଆଣି ଦବ ତାକୁ ବିରିୟାନି ଦିଆଯିବ । ଆଉ ତାପରେ ଆରମ୍ଭ ହେଇଗଲା ଅସମ୍ଭାଳ ଭିଡ । ୧୦୦ରୁ ଊର୍ଦ୍ଧ୍ବ ପିଲା ଆସି ପହଞ୍ଚିଗଲେ ଦୋକାନ ଆଗରେ । ଏତେ ଭିଡ଼ ଦେଖି ଦୋକାନୀର ହୋସ୍‌ ଉଡ଼ିଗଲା । ସେ ବାଧ୍ୟ ହୋଇ ପୋଲିସ୍‌କୁ ଡାକିଲେ । ଆଉ ମାତ୍ର ଅଳ୍ପ ସମୟ ଭିତରେ ସବୁ ବିରିୟାନି ଖଲାସ ହୋଇଗଲା ।

ଆଜି କାଲିର ଜମାନାରେ କିଏ ଚିନ୍ତା ବି କରିପାରିବ ଯେ କାହ ପାଖରେ ୫ ପଇସାର କଏନ ଥିବ । ହୁଏତ ନାଁ । ଆଉ ଖାସ ସେଥିପାଇଁ ଦୋକାନୀ ଜଣକ ସର୍ତ୍ତ ରଖି ଦେଲେ ଏଭଳି । ହେଲେ ଏ କଣ ଶହ ଶହ ପିଲା ବୁଢା ହାତରେ ୫ ପଇସିଟିଏ ଧରି ଲାଇନ ଲଗେଇ ଦେଲେ । କଥାରେ ଅଛି ନା, ମାଗଣା ମିଳିଲେ ଲୋକେ ପିଚୁ ଗିଳିଯିବେ ।

ଆସନ୍ତୁ ଜାଣିବା ପୂରା ଘଟଣା । ଜଣେ ବ୍ୟକ୍ତି ନୂଆ କରି ବିରିୟାନି ଷ୍ଟଲ ଖୋଲିଥିଲେ । ଆଉ ତାର ପ୍ରମୋସନ ପାଇଁ ଚିନ୍ତା କଲା ବେଳେ ଜଣେ ବନ୍ଧୁ ତାଙ୍କୁ ଏଇ ୫ ପଇସା ବାଲା ଆଇଡିଆ ଦେଲେ । ହୋଟେଲ ମାଲିକ ଘୋଷଣା ବି କରିଦେଲେ । କାରଣ ସେ ଭାବୁଥିଲେ କି କେବେଠାରୁ ତ ୫ ପଇସା ଅଚଳ ହୋଇ ସାରିଲାଣି । କାହା ପାଖରେ ଆଉ ନଥିବ । ହେଲେ ତାଙ୍କୁ ଜଣାନଥିଲା ଯେ ଏ ଅଫର ତାଙ୍କ ଏତେ ମହଙ୍ଗା ପଡ଼ିବ ବୋଲି । ଘୋଷଣା ତାଙ୍କ ପାଇଁ ବୁମରୋଂ ହେଲା । ମଜାକ କରିବେ କଣ ନିଜେ ମଜାକ ବନିଗଲେ । ପ୍ରଥମେ କିଛି ପିଲା ଆଉ ପରେ ପିଲା ବୁଢ଼ା ସଭିଏଁ ଆସି ଭିଡ଼ ଲଗାଇ ଦେଲେ । ଖବର ପାଇ ପୋଲିସ୍‌ ପହଞ୍ଚିଲା । ଘଟଣା କଣ ଜାଣିବା ପରେ ଆଗେ ହୋଟେଲ ମାଲିକକୁ ଭୀଷଣ ଗାଳି ଦେଲା । ତା ପରେ ସାମାଜିକ ଦୂରତା ରଖି ଲୋକଙ୍କୁ ଧାଡ଼ିରେ ରହିବାକୁ କହିଲା ।

ତେବେ ଅଫର ଅନୁଯାୟୀ ଧାଡ଼ିରେ ଥିବା ଲୋକେ ବିରିୟାନି ନେଇ ଚାଲିଗଲେ । ଖାଦ୍ୟ ସରିଗଲା ହେଲେ ଧାଡ଼ି ସରିଲା ନାହିଁ । ଅନେକ ଲୋକ ନିରାଶ ହୋଇ ଫେରିଲେ ଓ ତାଙ୍କୁ ଜଗିଥିବା ପୋଲିସ୍‌ ଆଗରେ ଅଭିଯୋଗ ବି କଲେ । ତେବେ ସେତେବେଳେକୁ ଆଉ କିଛି କରି ହେଲା ଭଳି ସ୍ଥିତି ନଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.