ଶୋଇଥିବା ବେଳେ ସ୍ତ୍ରୀ ଖଟରେ ନିଆଁ ଲଗାଇଦେଲା ସ୍ୱାମୀ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସପିଟାଲରେ ଭର୍ତ୍ତି

ଉତ୍ତର ପୂର୍ବ ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଶୋଇଥିବା ପତ୍ନୀକୁ ନିଆଁ ଲଗାଇଦେଇଛନ୍ତି ଜଣେ ଯୁବକ । ଯୁବକ ଜଣକ ନିଜ ପତ୍ନୀକୁ ମାରିବାକୁ ଉଦ୍ୟମ କରି ଶେଯରେ ନିଆଁ ଲଗାଇବା ପରେ ଘରର କବାଟ ବାହାରୁ ବନ୍ଦ କରି ଚାଲିଯାଇଥିଲେ । ନିଆଁ ଲାଗିବା ପରେ ମହିଳା ଜଣକ ଚିତ୍କାର କରିଥିଲେ । କବାଟ ଖୋଲି ବାହାରି ଆସିବାକୁ ଚେଷ୍ଟା କରିଥିଲେ । କିନ୍ତୁ କବାଟ ବନ୍ଦ ଥିବା ଯୋଗୁଁ ଫସିଯାଇଥିଲେ । ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ମହିଳାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ଏହାପରେ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ, ୩୦ ବର୍ଷ ହେଲାଣି ଇମରାନା ନାମକ ଜଣେ ଯୁବକ ନିଜ ପରିବାର ସହିତ ଭଜନାପୁରାର ନୁର-ଏ- ଇଲାହୀ ଅଞ୍ଚଳରେ ରହୁଥିଲେ । ୨୦୧୦ରେ ଇମରାନା ରହିସୁଦ୍ଦିନ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ତାଙ୍କର ୧୦ ଏବଂ ୧୨ ବର୍ଷର ଦୁଇପିଲା ରହିଛନ୍ତି। ଅଭିଯୁକ୍ତ ଜଣକ ବିବାହର କିଛିବର୍ଷ ପରେ ଯୌତୁକ ପାଇଁ ଇମରାନାଙ୍କୁ ନିର୍ଯାତନା ଦେଉଥିଲେ । ତାଙ୍କୁ ମାରପିଟ୍‌ କରୁଥିଲେ । ଝଗଡା ଏତେ ଅଧିକ ହୋଇଯାଇଥିଲା ଯେ, ସେ ବିରକ୍ତି ହୋଇ ନିଜ ଘରେ ରହୁଥିଲେ । ଘର ଲୋକେ ଏବଂ ବନ୍ଧୁବାନ୍ଧବ ଦୁହିଁକୁ ବୁଝାସୁଝା କରିବା ପରେ ଦୁହେଁ କିଛିଦିନ ହେଲାଣି ଏକାଠି ରହୁଥିଲେ ।

ଖବର ମୁତାବକ, ପିଲାଙ୍କୁ ଶନିବାର ଦିନ ସ୍କୁଲ ପଠାଇବା ପରେ ଇମରାନା ନିଜ ରୁମରେ ଶୋଇଥିଲେ । ଏହା ମଧ୍ୟରେ ରହିସୁଦ୍ଦିନ ବେଡରେ ଦହନଶୀଳ ପଦାର୍ଥ ପକାଇ ନିଆଁ ଲଗାଇ ଘର ବାହାରକୁ ଚାଲିଯାଇଥିଲା। ନିଆଁରେ ପୋଡି ହୋଇ ଯନ୍ତ୍ରଣା ବଢିଯିବାରୁ ଇମରାନାଙ୍କ ନିଦ ଭାଙ୍ଗିଥିଲା। ଆଉ ସେ ନିଜ ଚାରିପଟେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ମହିଳା ଜଣକ ନିଜ ଫୋନ ଯୋଗେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ମହିଳାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ଇମରାନାଙ୍କ ଶରୀର ପାଖାପାଖି ୭୦ ପ୍ରତିଶତ ଜଳିଯାଇଥିବା ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.