ଦିନକରେ ହନିମୁନ ସାରି ଫେରିଲେ ସ୍ୱାମୀ, ଘରେ ପହଞ୍ଚିବା ପରେ ପତ୍ନୀ ଦେଲେ ଏଫଆଇଆର୍‌

ହନିମୁନରେ ସ୍ୱାମୀ ଯେଉଁଠି ପତ୍ନୀଙ୍କ ସହ ରହିବା କଥା, ସେଠି ପ୍ରେମିକାଙ୍କ ସହ ଭିଡିଓ କଲରେ ମିଠା ମିଠା କଥା କହୁଥିଲା ସ୍ୱାମୀ । ପତ୍ନୀଙ୍କ ଆଖିରେ ଏକଥା ପଡିବାରୁ ଲାଗିଲା ତୁମୁଳ କାଣ୍ଡ । ଫଳରେ ପତି ବିଚାରୀ ପତ୍ନୀଙ୍କୁ ଦେଲେ ଖୁବ୍‌ ଉତ୍ତମ ମଧ୍ୟମ । ମାଡ ଏତେ ଜୋରରେ ହେଲା ଯେ ଶେଷରେ ହୋଟେଲ ଷ୍ଟାଫଙ୍କୁ ଉଦ୍ଧାର କରିବାକୁ ପଡିଲା ପତ୍ନୀଙ୍କୁ । ଫଳରେ ତା’ ପରଦିନ ପତି-ପତ୍ନୀ ହନିମୁନ ବନ୍ଦ କରି ଫେରିଲେ ଘରକୁ ।

ପୁରା ମାମଲା ହେଉଛି ଆଗ୍ରାର ଏକ ହାଇ ପ୍ରୋଫାଇଲ ପରିବାରର । ଅପ୍ରେଲ ୨୦୨୨ ରେ ଆଗ୍ରାର ଏକ ପଞ୍ଚ ତାରକା ହୋଟେଲରେ ଉଭୟଙ୍କର ହୋଇଥିଲା ବିବାହ । ପତି-ପତ୍ନୀ ହନିମୁନ ପାଇଁ ଶିମଲା ଯାଇଥିଲେ । ସେଠାରେ ଉଭୟ ଏକ ରିସୋର୍ଟରେ ରହିଲେ । ହନିମୁନରେ ସ୍ୱାମୀ ପତ୍ନୀଙ୍କ ସହ ନରହି ପ୍ରେମିକା ସହ ଭିଡିଓ କଲରେ ମିଠା ମିଠା ଗପୁଥିଲେ ।

ପତ୍ନୀ ଦେଖିଲେ ତ ଏହାର ବିରୋଧ କଲେ । କଥା କଟାକଟିରୁ ହାତ ଉଠା ପର୍ଯ୍ୟନ୍ତ କଥା ଗଲା । ସ୍ୱାମୀ ନିର୍ଦ୍ଧୁମ ଛେଚିଲେ ପତ୍ନୀଙ୍କୁ । ମାଡ ଏତେ ଉପରକୁ ଗଲା ଯେ ହୋଟେଲ ଷ୍ଟାଫଙ୍କୁ ଆସି ପତ୍ନୀଙ୍କୁ ଉଦ୍ଧାର କରିବାକୁ ପଡିଲା । ପରଦିନ ଉଭୟେ ଆଗ୍ରା ଫେରି ଆସିଲେ । ଘରେ ପହଞ୍ଚିବା ପରେ ପତ୍ନୀ ସ୍ୱାମୀଙ୍କ ନାମରେ ଏଫଆଇଆର୍‌ ଦେଲେ ।

ପତ୍ନୀ ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ କାନଡାରେ ଘର କିଣିବାକୁ ୫୦ ଲକ୍ଷ ଦାବି କରିଥିଲେ । ମନା କରିବା ପରେ ସେ ରାଗରେ ତାଙ୍କୁ ମାର ଧର କରୁଥିଲେ । ଶାଶୂ ଘର ଲୋକେ ମଧ୍ୟ ତାଙ୍କୁ ସହଯୋଗ କରିନଥିଲେ । ନଣନ୍ଦ ପାନୀୟରେ ନିଶା ଦେଉଥିଲେ । ସ୍ୱାମୀ ତାଙ୍କୁ ଛାଡି କାନଡା ଚାଲି ଯାଇଥିଲେ । ଫଳରେ ପତ୍ନୀ ନିଜ ଘରକୁ ଫେରି ଆସିଥିଲେ ବୋଲି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ପୋଲିସ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.