ତୋତେ ସପ୍ତାହକୁ ଦୁଇ ଦିନ ମୋମୋ ଆଣି ଦେବି କିନ୍ତୁ ତୁ ମୋ ହାତ ଛାଡ଼ି ଯାଆନି…

ସପ୍ତାହକୁ ଦୁଇଥର ମୋମୋ ଦେବି କିନ୍ତୁ ଘର ଛାଡି ଯାଅନି । ଏ ନିବେଦନ ହେଉଛି ଜଣେ ସ୍ବାମୀଙ୍କର ନିଜ ସ୍ତ୍ରୀଙ୍କୁ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ । ପତି ପତ୍ନୀ ସମ୍ପର୍କରେ ଫାଟ ସୃଷ୍ଟି କଲା ମୋମୋ । ସାମାନ୍ୟ ମୋମୋ ପାଇଁ ଜଣେ ସ୍ୱାମୀଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଲା ।

ସପ୍ତାହକୁ ଦୁଇଥର ମୋମୋ ଦେବି କିନ୍ତୁ ଘର ଛାଡି ଯାଅନି । ଏ ନିବେଦନ ହେଉଛି ଜଣେ ସ୍ବାମୀଙ୍କର ନିଜ ସ୍ତ୍ରୀଙ୍କୁ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ । ପତି ପତ୍ନୀ ସମ୍ପର୍କରେ ଫାଟ ସୃଷ୍ଟି କଲା ମୋମୋ । ସାମାନ୍ୟ ମୋମୋ ପାଇଁ ଜଣେ ସ୍ୱାମୀଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଲା ।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା । ଏମିତି ତ ସବୁ ଦମ୍ପତ୍ତିଙ୍କ ଭିତରେ କୌଣସି ନା କୌଣସି କାରଣରୁ ଝଗଡା ହୋଇଥାଏ । କିନ୍ତୁ ମୋମୋ ଖାଇବାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଏପରି ଝଗଡା ହେଲା ଯେ, ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଲା । ତାପରେ ଉଭୟଙ୍କୁ କାଉନସେଲିଂ କରିବା ପରେ ଯାଇ ଝଗଡାର ସମାଧାନ ହୋଇଥିଲା ।

ସୂଚନା ଅନୁସାରେ, ମହିଳା ଜଣଙ୍କ ନିଜ ସ୍ବାମୀଙ୍କୁ ମୋମୋ କିଣି ଆଣିବାକୁ କହିଥିଲେ । ତେବେ ସ୍ବାମୀ ଜଣକ ମୋମୋ ନଆଣିବାରୁ ଦୁହିଁଙ୍କ ଭିତରେ ଏହି ସାମାନ୍ୟ କଥାକୁ ନେଇ ଝଗଡା ହେଲା । କଥାରେ କୁହାଯାଏ ଝିମିଟି ଖେଳରୁ ମହାଭାରତ । ସେହିପରି ଏହି ସାମାନ୍ୟ କଥାରେ ଘର କଳି ଦାଣ୍ଡରେ ପଡ଼ିଛି । ଏହି କଳି ଏତେ ଭୟଙ୍କର ରୂପ ନେଲା ଯେ ମାମଲା ଯାଇ ପୋଲିସ ନିକଟରେ ପହଞ୍ଚିଲା । ସ୍ତ୍ରୀ ଫୋନ କରି ସ୍ବାମୀଙ୍କ ନାଁରେ ଅଭିଯୋଗ କଲେ । ଅଭିଯୋଗ ପାଇବା ପରେ ପୋଲିସ ଏହି ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ଟ୍ରାନ୍ସଫର କରିଥିଲା । ସେତିକିରେ ବିବାଦ ତୁଟି ନଥିଲା । ବିବାଦର ସମାଧାନ ପାଇଁ ଦମ୍ପତ୍ତିଙ୍କୁ ସେଠାକୁ ଡାକି କାଉନସେଲିଂ ମଧ୍ୟ କରାଗଲା ।

ତେବେ ସ୍ତ୍ରୀର ଗୋଟାଏ ଜିଦ୍‌ ସପ୍ତାହରେ ଦୁଇଥର ମୋମୋ ଖୁଆଇବାକୁ ପ୍ରତିଶୃତି ଦିଅନ୍ତୁ ସ୍ବାମୀ । ତାପରେ ଯାଇ ସେ ଏ ଘରେ ରହିବେ । ଆଉ ଏତିକି କଥାରେ ପତି ପତ୍ନୀଙ୍କ ଝଗଡା ତୁଟିଥିଲା । ସ୍ୱାମୀ ଜଣକ ନିରୁପାୟ ହୋଇ ସ୍ତ୍ରୀକୁ ପ୍ରତିଶ୍ରୁତି ଦେଇଥିଲେ । ଯେ ସପ୍ତାହକୁ ୨ ଥର ମୋମୋ ଖାଇବାକୁ ଦେବି ହେଲେ ତୁମେ ଏ ଘର କି ମୋତେ ଛାଡ଼ି କୁଆଡ଼େ ଯାଆନି । ଆଉ ସ୍ୱାମୀଙ୍କର ଏହି ଗୋଟିଏ ପଦ କଥାରେ ସ୍ତ୍ରୀଙ୍କର ମନ ତରଳି ଯାଇଥିଲା ଆଉ ସେ ସବୁ ଝଗଡ଼ା ଭୁଲି ସ୍ୱାମୀଙ୍କ ହାତ ଧରି ଘରକୁ ଯାଇଥିଲେ । ତାଙ୍କ ସୁନାର ସଂସାର ଭାଙ୍ଗୁ ଭାଙ୍ଗୁ ରହିଯାଇଥିଲା । ଉଭୟ ସ୍ୱାମୀ ସ୍ତ୍ରୀ ନିଜ ଭୁଲ୍‌ ବୁଝି ପାରିଥିଲେ ଆଉ ଖୁସି ଖୁସି ଘରକୁ ଫେରିଥିଲେ । ତେବେ ଏଭଳି ଘଟଣା ଦିଲ୍ଲୀ ଆଗ୍ରାରେ ଘଟିଛି । ଆଗ୍ରା ଥାନାରେ ମହିଳା ଜଣକ ନିଜ ସ୍ୱାମୀଙ୍କ ନାଁରେ ଏଭଳି ଅଭିଯୋଗ ଆଣିଥିଲେ । ଏହି ମାମଲାର ତଦନ୍ତ କରିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.