ଏବେ ବି ପତ୍ତା ମିଳୁନି ଭାରତୀୟ ବାୟୁସେନାର ବିମାନ AN-32, ଚାଲିଛି ସର୍ଚ୍ଚ ଅପରେସନ୍‌

କେନ୍ୟୁଜ୍ : କୁଆଡ଼େ ଉଭେଇ ଗଲା ଭାରତୀୟ ବାୟୁସେନାର ବିମାନ AN-32। ପାଖାପାଖି ୨୦ ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ବିମାନ କି ଏଥିରେ ଥିବା କ୍ରିଉ ମେମ୍ବରଙ୍କ କୌଣସି ସନ୍ଧାନ ମିଳି ପାରିନାହିଁ । ନିଖୋଜ ବିମାନକୁ ଠାବ କରିବା ପାଇଁ ସୁଖୋଇ-୩୦ ଓ ସି-୧୩୦ ଏୟାରକ୍ରାଫଟ ନିୟୋଜିତ ହୋଇଛନ୍ତି । ଇଣ୍ଡୋ-ତିବ୍ଦତୀୟ ବର୍ଡର ପୋଲିସ ମଧ୍ୟ ସର୍ଚ୍ଚ ଅପରେସନ ଚଳାଇଛି । ଏହି ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶଲ ରାକେଶ ସିଂ ବାହାଦୁରିଆଙ୍କ ସହ କଥା ହୋଇଛନ୍ତି ।

ଗତକାଲି ଚୀନ ସୀମାରେ ବିମାନଟି ନିଖୋଜ ହୋଇଯାଇଥିଲା । ବିମାନରେ ଥିଲେ ୮ କ୍ରିଉ ମେମ୍ବରଙ୍କ ସମେତ ମୋଟ୍‌ ୧୩ ଜଣ । ଆସାମର ଜୋରାହାଟରୁ ଦିନ ୧୨ଟା ୨୫ରେ ଏଏନ-୩୨ ବିମାନ ଉଡ଼ାଣ ଭରିଥିଲା । ଅରୁଣାଚଳ ପ୍ରଦେଶର ମେଚୁକ ଅଭିମୁଖେ ଯାଉଥିବା ବେଳେ ଗତକାଲି ଦିନ ୧ଟାରେ ବିମାନ ସହ ବିଚ୍ଛିନ୍ନ ହୋଇଯାଇଥିଲା ଯୋଗାଯୋଗ। ପୂର୍ବରୁ ୨୦୧୬ରେ ମଧ୍ୟ ଏକ AN-32ବିମାନ ନିଖୋଜ ହୋଇଥିଲା। ଚେନ୍ନାଇରୁ ଆଣ୍ଡାମାନ ନିକୋବର ଯାଉଥିବା ବିମାନଟି ବଙ୍ଗୋପସାଗରରେ ନିଖୋଜ ହୋଇଯାଇଥିବା ବେଳେ ଏଥିରେ ୨୯ ଜଣ ଥିଲେ। ସେହି ବିମାନର ସନ୍ଧାନ ଏଯାଏ ମିଳି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.