Below header

ପ୍ରତି ୯ ଜଣରେ ଜଣେ ଭାରତୀୟଙ୍କୁ ହୋଇପାରେ କ୍ୟାନ୍ସର, ପୁରୁଷଙ୍କୁ ଫୁସଫୁସ ଓ ମହିଳାଙ୍କୁ ସ୍ତନ କ୍ୟାନ୍ସର ଆଶଙ୍କା : ICMR

ICMR ଓ NCDIR (ନେସନାଲ ସେଣ୍ଟର ଫର ଡିଜିଜ୍‌ )ର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ପ୍ରତି ୯ ଜଣରେ ଜଣଙ୍କୁ ଜୀବନକାଳ ମଧ୍ୟରେ କ୍ୟାନ୍ସର ହେବାର ଆଶଙ୍କା ରହିଛି । ଏହା ମଧ୍ୟରେ ପୁରୁଷଙ୍କୁ ଫୁସଫୁସ ବା ଲଙ୍ଗସ୍‌ କ୍ୟାନ୍ସର ଓ ମହିଳାଙ୍କୁ ସ୍ତନ ବା ବ୍ରେଷ୍ଟ କ୍ୟାନ୍ସର ହେବାର ଅଧିକ ଆଶଙ୍କା ରହିଛି ।

ପ୍ରତି ୬୭ ପୁରୁଷଙ୍କ ମଧ୍ୟରେ ଜଣଙ୍କୁ ଫୁସଫୁସ୍‌ କ୍ୟାନ୍ସର ଆଶଙ୍କା

ଅଧ୍ୟୟନ ଅନୁସାରେ ପ୍ରତ୍ୟେକ ୬୭ ପୁରୁଷଙ୍କ ମଧ୍ୟରେ ଜଣଙ୍କୁ ଫୁସଫୁସ କ୍ୟାନ୍ସର ଓ ୨୯ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ସ୍ତନ କ୍ୟାନ୍ସର (ଜୀବନକାଳ ବା ୦ ରୁ୭୪ ବର୍ଷ ମଧ୍ୟରେ) ବିପଦ ହୋଇଥାଏ ।

୨୦୨୫ ସୁଦ୍ଧା କ୍ୟାନ୍ସର ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ଆଶଙ୍କା

୨୦୨୨ ରେ ଭାରତରେ ୧୪.୬ ଲକ୍ଷ ଲୋକ କ୍ୟାନ୍ସର ରୋଗରେ ପ୍ରଭାବିତ ଥିଲେ । ଏଥିରେ ଫୁସଫୁସ ଓ ସ୍ତନ କ୍ୟାନ୍ସର ପ୍ରମୁଖ ସ୍ଥାନରେ ରହିଥିଲା । ଅଧ୍ୟୟନରୁ ଜଣାପଡିଥିଲା ଯେ ଶିଶୁ (୦-୧୪ ବର୍ଷ) ଙ୍କ ମଧ୍ୟରେ ଲିମ୍ଫୋଇଡ ଲିକୋମିୟା(ପୁଅ-୨୯.୨ ଓ ଝିଅ ୨୪.୨) ସବୁଠୁ ଅଧିକ ରହିଥିଲା । ତେଣୁ ଏହି ତୁଳନାରେ ୨୦୨୫ ରେ କ୍ୟାନ୍ସର ଆଶଙ୍କା ୧୨.୮ ପ୍ରତିଶତ ବୃଦ୍ଧି ହେବାର ଅନୁମାନ କରାଯାଇଛି ।

ଗବେଷକଙ୍କ କହିବା ଅନୁଯାୟୀ ଏଥିପାଇଁ ଜନସଂଖ୍ୟାର ଗତିଶୀଳତା ଓ ଏଥିରେ ବୃଦ୍ଧି ହିଁ ପରିବର୍ତ୍ତନର କାରଣ । ଏହି ଗବେଷଣା ଅନୁଯାୟୀ ଭାରତରେ ବୁଦ୍ଧାବସ୍ଥା(୬୦+ବର୍ଷ) ଙ୍କ ମଧ୍ୟରେ ବୃଦ୍ଧି ହେବାର ଆଶଙ୍କା ରହିଛି । ବିଶେଷ କରି ଏହାର ଅନୁପାତ ୨୦୧୧ରେ ୮.୬ % ରୁ ବଢ଼ି ୨୦୨୨ ରେ ୯.୭% ହେବାର ଆଶଙ୍କା ରହିଛି । ପ୍ରକାଶଯୋଗ୍ୟ, ଭାରତରେ ସର୍ଭାଇକଲ କ୍ୟାନ୍ସର ରୋକିବା ପାଇଁ ଏଚପିବି ଟିକା ଦିଆଯାଉଛି । ୨୦୨୦ ଓ ୨୦୨୨ ମଧ୍ୟରେ ଅନୁମାନିକ କ୍ୟାନ୍ସର ମାମଲା ଓ ଏହାର ମୃତ୍ୟୁ ରେଟ୍‌ ରେ ବୃଦ୍ଧି ହୋଇଛି ବୋଲି ମଙ୍ଗଳବାର ରାଜ୍ୟ ସଭାରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.