ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ୪ର୍ଥ ଦିନରେ ବାଂଲାଦେଶର ସ୍କୋର ୨୭୨/୬, ଜାକିର ହସନ ମାରିଲେ ଶତକ

ଭାରତ ବାଂଲାଦେଶ ମଧ୍ୟରେ ଚାଲିଛି ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଚଟ୍ଟଗ୍ରାମସ୍ଥିତ ‘ଜହୁର୍ ଅହମଦ୍ ଚୌଧୁରୀ ଷ୍ଟାଡିୟମ୍’ରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚର ୪ର୍ଥ ଦିନ । ଆଜି ବାଂଲାଦେଶ ଟିମର ଓପନର୍ ବ୍ୟାଟସମ୍ୟାନ୍‌ ନଜମୁଲ୍ ହୋସେନ୍ ଶାଣ୍ଟୋ ୬୭ ରନ ଓ ଜାକିର୍ ହସନ୍ ୧୦୦ ରନ୍ କରି ଟିମକୁ ସୁଦୃଢ କରିଥିଲେ। ଆଜି ୪ର୍ଥ ଦିନରେ ଏପର୍ଯ୍ୟନ୍ତ ବାଂଲାଦେଶ ୬ ଓ୍ଵିକେଟ ହରାଇ ୨୭୨ ରନ୍‌ ସଂଗ୍ରହ କରିଛି ।

ଏପର୍ଯ୍ୟନ୍ତ ବାଂଲାଦେଶ ୧୦୦ ଓଭର ଖେଳି ୬ ଓ୍ଵିକେଟ ହରାଇ ୨୭୨ ରନ୍‌ ସଂଗ୍ରହ କରିଛି । ସାଣ୍ଟୋ ଏବଂ ଜାକିରଙ୍କ ଓ୍ଵକେଟ ପତ୍ତନ ପରେ ବାଂଲାଦେଶର ବ୍ୟାଟିଂରେ ବ୍ରେକ ଲାଗିଥିଲା। ତା’ ପରେ ୟାସିର ଅଲ୍ଲୀ ୫ ରନ୍‌, ଅଧିନାୟକ ଲିଟନ ଦାସ ୧୯ ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର ୨୦୮ରେ ଥିବା ବେଳେ ୪ ଟି ଓ୍ଵିକେଟ ହରାଇଥିଲା ବାଂଲାଦେଶ । ମୁସାଫିକ୍ୟୁର ରହିମ ୨୩ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ସକିନ ଅଲ ହସନ ଏବଂ ହସନ ମିରାଜ ଏବେ ଭଲ ବ୍ୟାଟିଂ କରୁଛନ୍ତି ।

ସୂଚନାଯୋଗ୍ୟ, ୨ ୱିକେଟ୍ ବିନିମୟରେ ୨୫୮ ରନ୍ ସଂଗ୍ରହ କରି ଭାରତ ଦ୍ବିତୀୟ ପାଳି ଘୋଷଣା କରିଥିଲା। ଭାରତ ପ୍ରଥମ ପାଳିରେ ୪୦୪ ରନ୍‌ କରିବା ପରେ ବାଂଲାଦେଶକୁ ମାତ୍ର ୧୫୦ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲା । ପରେ ଟିମ୍‌ ଇଣ୍ଡିଆ ବ୍ୟାଟରମାନେ ଦ୍ୱିତୀୟ ପାଳିରେ ଦିନିକିଆ ମ୍ୟାଚ୍‌ ଭଳି ବ୍ୟାଟିଂ କରିଥିଲେ । ଏଥିରେ ଯୁବ ଓପ୍ନର ଶୁଭମାନ ଗିଲ୍‌ ୧୫୨ ବଲ୍‌ରେ ୧୧୦ ରନ୍‌ କରିଥିଲେ । ସେହିପରି ଚେତେଶ୍ୱର ପୂଜାରା ୧୩୦ ବଲ୍‌ରେ ଅପରାଜିତ ୧୦୨ ରନ୍‌ କରିଥିଲେ । ତାଙ୍କ ସହ ବିରାଟ କୋହଲି ୧୯ ରନ୍‌ କରି ଖେଳୁଥିବା ବେଳେ ପାଳି ଘୋଷଣା କରାଯାଇଥିଲା । ଭାରତ ଦ୍ୱିତୀୟ ଇନିଂସ୍‌ରେ ୬୧.୪ ଓଭରରେ ମାତ୍ର ୨ଟି ଓ୍ଵିକେଟ୍‌ ହରାଇ ୨୫୮ ରନ୍‌ କରିଥିଲା । ଟେଷ୍ଟ କ୍ୟାରିୟରରେ ଏହା ଗିଲ୍‌ଙ୍କର ପ୍ରଥମ ଏବଂ ପୂଜାରାଙ୍କର ୧୯ତମ ଶତକ । ପ୍ରଥମ ଇନିଂସ୍‌ରେ ପୂଜାରା ୯୦ ଏବଂ ଗିଲ୍‌ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.