ଅଧା କାରାଦଣ୍ଡ କାଟିସାରିଥିଲେ ଅତି ଗୁରୁତର ମାମଲାରେ ଥିବା ବିଚାରାଧୀନ କଏଦୀଙ୍କୁ ଜାମିନରେ ଛାଡିବାକୁ ହିଁ ହେବ, ବମ୍ବେ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ

ମୁମ୍ବାଇ : ଜଣେ ଅପରାଧୀ ଯେତେ ବଡ଼ ଅପରାଧିକ ମାମଲାରେ ବିଚାରଧୀନ କଏଦୀ ହୋଇ ଥାଉ ନା କାହିଁକି ଯଦି ସେ ଉକ୍ତ ମାମଲାରେ ସର୍ବାଧିକ ଦଣ୍ଡର ଅଧା ଦଣ୍ଡ କାଟିସାରିଛନ୍ତି, ତେବେ ତାଙ୍କୁ ଜାମିନ ମିଳିବ ହିଁ ମଳିବ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ଜଣେ ନିବେଶକଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ଜଣେ ବିଚାରାଧୀନ ଅଭିଯୁକ୍ତକୁ ଜାମିନ ମଞ୍ଜୁର କରି ଏପରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ ।

ଅଭିଯୁକ୍ତଙ୍କ ବିରୋଧରେ ମହାରାଷ୍ଟ୍ର ପ୍ରୋଟେକସନ ଅଫ୍‌ ଇଣ୍ଟରେଷ୍ଟ ଅଫ ଡିପୋଜିଟର ଆକ୍ଟ ୧୯୯୯ ଅନୁଯାୟୀ ମାମଲା ଦାୟର କରାଯାଇଥିଲା । କୋର୍ଟ ମାମଲାର କମ୍ଭୀରତାକୁ ଦୃଷ୍ଟିରେ ରଖି ଜାମିନ ଆବେଦନକୁ ଖାରଜ କରିହେବ ନାହିଁ ବୋଲି କହିଛନ୍ତି । ତାଙ୍କୁ ସିଆରପିସି ସେକ୍ସନ ୪୬୩ ଏ ଅନୁଯାୟୀ ଜାମିନ ଦେବା ଦରକାର ବୋଲି କୋର୍ଟ କହିଛନ୍ତି ।

ଏହି ସେକସନ ଅନୁଯାୟୀ, ଯଦି ଅଭିଯୁକ୍ତ ମାମଲା ପାଇଁ ଥିବା ସର୍ବାଧିକ ଦଣ୍ଡର ଅଧା ସମୟ କାଟି ସାରିଛନ୍ତି, ତେବେ ତାଙ୍କୁ ଜାମିନରେ ଛାଡିବାକୁ ହେବ । ଏହି ମାମଲାକୁ ଅଗ୍ରାହ୍ୟ କରି ଦିଆଯିବ,ଯଦି କେହି ବିଶେଷ କାରଣ ଲିଖିତ ଭାବେ ଜଣାନ୍ତି । ଯେହେତୁ ପୋଲିସ ଏପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରପଟି ପାଇ ନାହାଁନ୍ତି ଯାହାକୁ ଜବତ କରିହେବ । ତେଣୁ ଅଭିଯୁକ୍ତକୁ ଉପରେ ଥିବା ଟଙ୍କା ହଡ଼ପ ମାମଲାକୁ ମଧ୍ୟ ଖାରଜ କରିଦେଇଛନ୍ତି ।

ଜଷ୍ଟିସ ଭାରତୀ ଡାଙ୍ଗରେ, ସନ୍ତେଦର କୁମାର ଅଣ୍ଟିଲ ବନାମ ସିବିଆଇ ଦ୍ୱାରା କରାଯାଇଥିବା କେସରେ ସୁପ୍ରିମକୋର୍ଟଙ୍କ ନିଷ୍ପତି ଆଧାରରେ ଅଭିଯୁକ୍ତକୁ ବେଲ ନଦେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି । ସିଆରପିସି ସେକସନ ୪୬୩ ଏ ଅନୁଯାୟୀ ଅଭିଯୁକ୍ତକୁ ଜାମିନରେ ଛାଡିବାକୁ ହେବ କାରଣ ସେ ଅଧା ଦଣ୍ଡ କାଟି ସାରିଛନ୍ତି ବୋଲି କୋର୍ଟ କହିଥିଲେ ।

ପ୍ରକାଶଯୋଗ୍ୟ ଯେ ଅଭିଯୁକ୍ତ ବିରୋଧରେ ୨୦୧୮ ରେ ଆଇପିସି ଧାରା ୪୨୦ ଓ ୪୦୬ ଅନୁଯାୟୀ ଏକ ମାମଲା ଦାୟର କରାଯାଇଥିଲା । ଏହି ମାମଲାରେ ସର୍ବାଧିକ ୭ ବର୍ଷ ଦଣ୍ଡ ଦିଆଯିବାର ପ୍ରାବଧାନ ରହିଥିବା ବେଳେ ଅଭିଯୁକ୍ତ ୪ ବର୍ଷ ଜେଲରେ ବନ୍ଦ ରହିଥିଲେ । କୋର୍ଟ ଏହି ମାମଲାକୁ ଯାଞ୍ଚ କରିବା ପରେ ଏହି ରାୟ ଦେଇଥିଲେ ।

You might also like