ମୋଦି ହସ୍ତକ୍ଷେପ କରି ନଥିଲେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିଥାନ୍ତା ରୁଷ, ପୁଟିନଙ୍କୁ କ୍ଷାନ୍ତ କରିଥିଲେ ମୋଦି

ମୋଦି ହସ୍ତକ୍ଷେପ କରି ନଥିଲେ ହିରୋସୀମା ନାଗାସାକି ପରେ ଆଉ ଏକ ପରମାଣୁ ଯୁଦ୍ଧ ଦେଖିଥାନ୍ତା ବିଶ୍ବ। ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିଥାନ୍ତା ରୁଷ।

ମୋଦି ହସ୍ତକ୍ଷେପ କରି ନଥିଲେ ହିରୋସୀମା ନାଗାସାକି ପରେ ଆଉ ଏକ ପରମାଣୁ ଯୁଦ୍ଧ ଦେଖିଥାନ୍ତା ବିଶ୍ବ। ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିଥାନ୍ତା ରୁଷ। ପୁଟିନଙ୍କୁ ଏଥିରୁ କ୍ଷାନ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ତର୍ଜାତୀୟ ଗଣମାଧ୍ୟମ CNN କୁ ଆମେରିକାର ୨ ଜଣେ ଅଧିକାରୀ ଏହା କହିଛନ୍ତି। ଏହି ଅଧକାରୀଙ୍କ ସୂଚନା ମୁତାବକ , ୨୦୨୨ରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିଥାନ୍ତା ରୁଷ।

ଯାହାକୁ ନେଇ ବାଇଡେନ୍ ପ୍ରଶାସନ ଚିନ୍ତିତ ହୋଇ ପଡ଼ିଥିଲା। ଏଥିରେ ମୋଦିଙ୍କ ସହଯୋଗ ଏବଂ ହସ୍ତକ୍ଷେପ ଲୋଡ଼ିଥିଲା ଆମେରିକା। ନାଟୋର ସହଯୋଗୀ ନଥିବା ଅନ୍ୟ ରାଷ୍ଟ୍ରଙ୍କ ସହଯୋଗ ମଧ୍ୟ ଲୋଡ଼ିଥିଲା ଆମେରିକା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ରୁଷକୁ ପରମାଣୁ ଆକ୍ରମଣରୁ କ୍ଷାନ୍ତ କରିଥିଲା। ୟୁକ୍ରେନରେ ରୁଷର ମିଲିଟାରୀ ଅପରେସନ ଆରମ୍ଭ ହେବା ପରେ ୟୁକ୍ରେନ ସମର୍ଥନରେ ବାହାରିଥିଲା ନାଟୋ।

ଆମେରିକା ନେତୃତ୍ବରେ ନାଟୋ ରାଷ୍ଟ୍ରମାନେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲେ। ଏବେ ବି ଜାରି ରହିଛି ଅସ୍ତ୍ରଶସ୍ତ୍ର ସହାୟତା। ତେବେ ଭାରତ ରୁଷର ବନ୍ଧୁ ଦେଶ ହୋଇଥିଲେ ବି ଯୁଦ୍ଧରେ ନିରପେକ୍ଷ ରହିଛି। ଏହା ଯୁଦ୍ଧର ସମୟ ନୁହେଁ ବୋଲି ଏସସିଓ ସମିତି ଅବସରରେ ପୁଟିନଙ୍କୁ କହିଥିଲେ ମୋଦି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.