ତୃତୀୟ ସନ୍ତାନ ଯଦି ନୋମିନେସନ ପୂର୍ବରୁ ମରିଯାଇଥାଏ ତେବେ ପ୍ରାର୍ଥୀପତ୍ର ଅକାମୀ ହେବ ନାହିଁ, ମୁମ୍ବାଇ କୋର୍ଟଙ୍କ ରାୟ

ପଞ୍ଚାୟତ ଆକ୍ଟ 14(1)(j-i) ଅନୁଯାୟୀ ଯଦି ଜଣେ ବ୍ୟକ୍ତିଙ୍କର ୩ ଟି ସନ୍ତାନ ଥିବେ,ସେ ପଞ୍ଚାୟତ ନିର୍ବାଚନ ଲଢ଼ିପାରିବେ ନାହିଁ । ଏହି ନିୟମ ଆଧାରରେ ଜିଲ୍ଲା ପ୍ରଶାସନ ଜଣେ ମହିଳାଙ୍କ ସଦସ୍ୟତା ଖାରଜ କରିଥିଲେ । ଉକ୍ତ ମହିଳା ୨୦୨୧ ଜାନୁଆରୀରେ ନିର୍ବିବାଦରେ ନିମଗାଁଓ ଖାଲୁ ପଞ୍ଚାୟତରୁ ନିର୍ବାଚିତ ହୋଇଥିଲେ । ତେବେ ଏହାକୁ ଗାଁର ଜଣେ ବ୍ୟକ୍ତି ଚ୍ୟାଲେଞ୍ଜ କରି ଅହମ୍ମଦ ନଗର ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଉକ୍ତ ମହିଳାଙ୍କର ୩ୟ ସନ୍ତାନ କଟ୍‌ ଅଫ୍‌ ଡେଟ୍‌ ୯ ସେପ୍ଟେମ୍ବର ୨୦୦୧ ପରେ ହୋଇଛି ।

ତେଣୁ ତାଙ୍କର ନିର୍ବାଚନକୁ ରଦ୍ଦ କରାଯାଉ । ଫଳରେ ଜିଲ୍ଲା ପ୍ରଶାସନ ଉକ୍ତ ମହିଳାଙ୍କର ସଦସ୍ୟତା ରଦ୍ଦ କରିଥିଲେ । ପ୍ରଶାସନର ନିଷ୍ପତ୍ତି ବିରୋଧରେ ଉକ୍ତ ନିର୍ବାଚିତ ମହିଳା ବମ୍ବେ ହାଇକୋର୍ଟରେ ଅପିଲ କରିଥିଲେ । କୋର୍ଟ ମହିଳାଙ୍କ ପିଟିସନ ବିଚାର କରି ନିର୍ଣ୍ଣୟ ନେଇଥିଲେ ଯେ ମହିଳାଙ୍କର ୩ ୟ ସନ୍ତାନ ଯଦିଓ କଟ୍‌ ଅଫ୍‌ ଡେଟ ୯ ସେପ୍ଟେମ୍ବର ୨୦୦୧ ପରେ ହୋଇଛି ଓ ସେ ୨୦୨୧ରେ ନିର୍ବାଚିତ ହୋଇଛନ୍ତି । ହେଲେ ତାଙ୍କର ୩ୟ ସନ୍ତାନର ମୃତ୍ୟୁ ନୋମିନେସନ ପୂର୍ବରୁ ଅର୍ଥାତ ୨ ଏପ୍ରିଲ ୨୦୦୨ ରେ ହୋଇଯାଇଛି । ତେଣୁ  ସେ  ନିର୍ବାଚନ ଲଢ଼ିପାରିବେ ବୋଲି ଜଷ୍ଟିସ ଆର୍‌ ପେଡେନକର ନିର୍ଦ୍ଦେଶ ଦେଇଥିଲେ ।

ଡାକ୍ତରଙ୍କ ତଥ୍ୟ ଆଧାରରେ ଉକ୍ତ ମହିଳାଙ୍କର ସନ୍ତାନ ୨୦୦୨ ଫେବ୍ରୁଆରୀ ୧୨ ରେ ହୋଇଥିଲା । ପିଲାଟି ଅସମ୍ପୂର୍ଣ୍ଣ ହୋଇ ଜନ୍ମ ହୋଇଥିବାରୁ ୨ ଏପ୍ରିଲ ୨୦୦୨ ରେ ମୃତ୍ୟୁ ହୋଇଯାଇଛି । ଯେହେତୁ ୨୦୨୧ ରେ ସେ ନିର୍ବାଚନ ଲଢ଼ିଛନ୍ତି, ତେଣେ ନୋମିନେସନ ଦାଖଲ ପୂର୍ବରୁ ତାଙ୍କର ୨ ଟି ସନ୍ତାନ ରହିଛି । ତେଣୁ ତାଙ୍କର ସଦସ୍ୟତା କାଏମ ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.