Below header

ବିହାରରେ ରାଜନୈତିକ ଭୂକମ୍ପର ସଙ୍କେତ, ନିର୍ବାଚନ ପୂର୍ବରୁ ବିଜେପି ହାତ ଛାଡିପାରନ୍ତି ନୀତୀଶ କୁମାର !

ନୂଆଦିଲ୍ଲୀ : ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାରଙ୍କୁ ନେଇ ବିହାର ରାଜନୀତି ସରଗରମ । ବିଜେପି ହାତ ଛାଡ଼ି ପୁଣି ଆରଜେଡି ସହ ମେଣ୍ଟ କରିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି । ଆସନ୍ତା ମାସ ରାଜ୍ୟସଭା ନିର୍ବାଚନ ଏବଂ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ନେଇ ଏଭଳି ଚର୍ଚ୍ଚା ବିଜେପି ହାଇକମାଣ୍ଡଙ୍କୁ ଚିନ୍ତାରେ ପାକଇଛି ।

ଆସନ୍ତା ଦୁଇ ତିନି ଦିନରେ ବିହାରରେ ବଡ ପରିବର୍ତ୍ତନ ହୋଇପାରେ । ନୀତୀଶ କୁମାର ଜେଡିୟୁ ବିଧାୟକଙ୍କୁ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ରାଜଧାନୀ ପାଟଣା ନ ଛାଡିବା ଲାଗି ନିର୍ଦ୍ଦେଶ ଦେବା ପରେ ଏଭଳି ଆଭାସ ମିଳିଛି । କିଛି ଦିନ ହେଲା ନୀତୀଶ ଦଳୀୟ ନେତା ଓ ବିଧାୟକଙ୍କ ସହ ଲଗାତାର ବୈଠକ କରୁଛନ୍ତି । ଗତକାଲି ସେ ମନ୍ତ୍ରୀ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଭେଟିଥିଲେ । ତେବେ ଜେଡିୟୁ ନେତା ତେଜସ୍ୱୀ ଯାଦବ ଲଣ୍ଡନରୁ ଫେରିବା ପରେ ନୀତୀଶ ବଡ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.