ପ୍ରଥମ ଥର ପାଇଁ ଋଷୀୟ ଯୁଦ୍ଧ ଅପରାଧୀଙ୍କୁ ୟୁକ୍ରେନ ଅଦାଲତ ଦେଲା ଆଜୀବନ କାରାଦଦଣ୍ଡ

ନୂଆଦିଲ୍ଳୀ : ୟୁକ୍ରେନର ଏକ ଅଦାଲତ ଦେଶର ଜଣେ ନାଗରିକଙ୍କୁ ହତ୍ୟା କରିବା ଅପରାଧରେ ୨୧ ବର୍ଷୀୟ ଜଣେ ଋଷ ସୈନିକଙ୍କୁ ପ୍ରଥମ ଯୁଦ୍ଧ ବନ୍ଦୀ ଭାବେ ସୋମବାର ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ପ୍ରଥମ ଥର ପାଇଁ ଜଣେ ଋଷ ସୈନିକଙ୍କ ଉପରେ ମକଦ୍ଦମା କରି ଦଣ୍ଡ ଶୁଣାଯାଇଛି । ଋଷୀୟ ଏହି ସୈନିକ ତାଙ୍କର ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କୁ ୟୁକ୍ରେନ ନାଗରିକଙ୍କୁ ଗୁଳି ମାରିବା ପାଇଁ ଆଦେଶ ଦିଆଯାଇଥିଲା ।

ସେ ଆହୁରୀ ମଧ୍ୟ ଅଦାଲତକୁ କହିଛନ୍ତି ଯେ ଏହି ୟୁକ୍ରେନ ବ୍ୟକ୍ତି ଜଣକ ଫୋନରେ ତାଙ୍କର ଅବସ୍ଥିତି ସମ୍ପର୍କରେ ୟୁକ୍ରେନ ସୈନିକଙ୍କୁ ସୂଚନା ଦେବାର ଆଶଙ୍କା ଥିବାରୁ ସେ ତାଙ୍କୁ ଗୁଳି ମାରିଛନ୍ତି । ୟୁକ୍ରେନରେ ୩ ମାସ ଧରି ଚାଲିଥିବା ଯୁଦ୍ଧ ଯୋଗୁ ପ୍ରାୟ ୧୦ କୋଟିରୁ ଅଧିକ ଲୋକ ନିଜର ଘରବାଡି ଛାଡ଼ି ଅନ୍ୟ ଦେଶରେ ଆଶ୍ରୟ ନେଇଥିବା ଜଣାପଡ଼ିଛି ।

ଏହି ବିସ୍ଥାପିତଙ୍କ ସଂଖ୍ୟା ସର୍ବାଧିକ ରେକର୍ଡରେ ପହଞ୍ଚିଛି । ଏହି ଅବସରରେ ୟୁକ୍ରେନ ରାଷ୍ଟ୍ରପତି ସବୁ ଋଷୀୟ ବ୍ୟାଙ୍କ ଓ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିସହ ଋଷୀୟ ସାମଗ୍ରୀକୁ ବ୍ୟବହାର ନକରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ।

ୟୁକ୍ରେନର ଲୋକେ ଋଷୀୟ ସେନାଙ୍କୁ ରୋକିବାରେ ସମର୍ଥ ହୋଇ ଦେଶ ପ୍ରେମ ଓ ଏକତାର ନିଦର୍ଶନ ଦେଖାଇଛନ୍ତି ବୋଲି ରାଷ୍ଟ୍ରପତି ଜେଲେଂସ୍କୀ କହିଛନ୍ତି । ସୋମବାର ଟୋକିଓରେ ହୋଇଥିବା ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.