ବର ବରଯାତ୍ରୀ ନେଇ ନ ଆସିବାରୁ ରାଗରେ ଥାନାରେ ପହଞ୍ଚିଗଲା କନ୍ୟା, କିନ୍ତୁ ସେଠି ଯାହା ଦେଖିଲା ପାଦ ତଳୁ ଖସିଗଲା ମାଟି

ବାହାଘର ଦିନ ବରକୁ ଅପେକ୍ଷା କରିଥିଲା କନ୍ୟା। କିନ୍ତୁ ବର ଯାତ୍ରୀ ପହଞ୍ଚି ନଥିଲା। ଏଣୁ ରାଗରେ ଝିଅ ଘର ଲୋକ ବର ବିରୋଧରେ କେସ୍‌ କରିବାକୁ ଥାନାରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଯାଇ ଯାହା ଶୁଣିଲା ତାହା ତାଙ୍କ ପାଦ ତଳୁ ମାଟି ଖସାଇବା ଭଳି ଥିଲା। ଏଭଳି ଘଟଣା ଘଟିଛି ମଧ୍ୟ ପ୍ରଦେଶର ଛିନ୍ଦବାଡ଼ା ଅଞ୍ଚଳରେ।

ଏ ନେଇ ଥାନାଧିକାରୀ କହିଛନ୍ତି, ବରର ଆଉ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତାଙ୍କ ପ୍ରେମିକା ଯେତେବେଳେ ଏ ବିଷୟରେ ଜାଣିଥିଲା ସେ ବର ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲା। ଏଣୁ ବର ବରଯାତ୍ରୀ ନେଇ ଯିବ କ’ଣ ବରଂ ଥାନାରେ ବସିଥିଲା। ଏବେ ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ଏଠାକାର ଜଣେ ଯୁବତୀଙ୍କ ବିବାହ ବୈତୁଲ ଥାନାରେ ମୁତୟନ ହୋଇଥିବା କନେଷ୍ଟବଳ ସୋନୁ ସଲାକିୟାଙ୍କ ସହ ସ୍ଥିର ହୋଇଥିଲା। ରବିବାର ଦିନ ଉଭୟଙ୍କ ବିବାହ ହେବାର ଥିଲା। ବିବାହ ଦିନ କନ୍ୟା ପକ୍ଷ ଲୋକ ଅପେକ୍ଷା କରିଥିଲେ। କିନ୍ତୁ ବର ଯାତ୍ରୀ ନିର୍ଦ୍ଧାରିତ ସମୟରେ ପହଞ୍ଚିନଥିଲା। ସେମାନେ ଭାବିଥିଲେ ଯେ ବୋଧେ ବର ଯାତ୍ରୀ ଡେରିରେ ଆସିବେ। କିନ୍ତୁ ଦୀଘ ସମୟ ପରେ ବି ବର ଆସିନଥିଲା। ବରଯାତ୍ରୀ ନ ପହଞ୍ଚିବାରୁ ଅତିଥିମାନେ ବି ଫେରିଯାଉଥିଲେ। ଏଥିରେ ଅତିଷ୍ଟ ହୋଇ କନ୍ୟା ପକ୍ଷ ଲୋକ ଥାନାରେ ପହଞ୍ଚିଥିଲେ। ଏଥିସହ ବର ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। କିନ୍ତୁ ସେଠାରେ ଯାଇ ଜଣାପଡ଼ିଥିଲା ଯେ ବର ବିରୋଧରେ ପୂର୍ବରୁ ଏକ ମାମଲା ରୁଜୁ ହୋଇଛି। ଆଉ ଏହି ଅଭିଯୋଗ ତାଙ୍କ ପ୍ରେମିକା କରିଛି। ଏହା ଶୁଣିବା ପରେ କନ୍ୟା ପକ୍ଷଙ୍କର ପାଦ ତଳୁ ଯେମିତି ମାଟି ଖସିଯାଇଥିଲା।

ଷ୍ଟେସନ୍‌ ଇନ୍‌ଚାର୍ଜ ମହେନ୍ଦ୍ର ଭଗତ କହିଛନ୍ତି, ସୋନୁ ସଲାକିୟା ବୈତୁଲ ଥାନାରେ କନେଷ୍ଟବଳ ଅଛନ୍ତି। ତାଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ମଧ୍ୟ ବୈତୁଲରେ ହିଁ ରୁହନ୍ତି। ସୋନୁଙ୍କ ପ୍ରେମିକାଙ୍କୁ ତାଙ୍କ ବିବାହ ବିଷୟରେ ଜଣାପଡ଼ିବା ପରେ ସେ ଥାନାରେ ମାମଲା ରୁଜୁ କରିଥିଲେ। ଏହି କାରଣରୁ ସେ ବରଯାତ୍ରୀ ନେଇ ପହଞ୍ଚିପାରିନଥିଲେ। ଅନ୍ୟପଟେ ଏବେ କନ୍ୟା ପକ୍ଷ ବି ବର ବିରୋଧରେ ମାମଲା ରୁଜୁ କରିଛନ୍ତି। ତେବେ ଏହି ମାମଲାରେ ବରକୁ ପଚରାଉଚରା କରାଯାଉଥିବା ଭାରପ୍ରାପ୍ତ ପୋଲିସ ଅଧିକାରୀ କହିଛନ୍ତି। ପୋଲିସ ଏବେ ମାମଲାର ତଦନ୍ତ କରୁଛି।

Also Read: ନର୍ସିଂ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ମୋଟା ଅଙ୍କର ସ୍କଲାରସିପ୍‌ ଘୋଷଣା, ଏବେ ହିଁ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.