ପୁଣି ଏସସିବିରୁ ୫ ଦଲାଲଙ୍କୁ ଗିରଫ କଲା କମିଶନରେଟ ପୋଲିସ, ଘଟଣାରେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ ଜାରି

କଟକ (କେନ୍ୟୁଜ): ପୁଣି ଧରାପଡ଼ିଲେ ଏସ୍ସିବିରେ କାର୍ଯ୍ୟରତ ଠିକା ସଂସ୍ଥା କର୍ମଚାରୀ । ଏସ୍ସିବି ମେଡିକାଲ କଲେଜରୁ ୫ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । କିଛି ଆଉଟ୍ ଡୋର୍ ଟିକେଟ ସହ ନଗଦ ୧୩ଶହ ଟଙ୍କା ଜବତ ହୋଇଛି। ମେଡିକାଲ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଉତ୍ତମ ଚିକିତ୍ସାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅନ୍ୟ ଘରୋଇ ହସ୍ପିଟାଲ ପଠାଉଥିଲେ ଅଭିଯୁକ୍ତ ।
ଏସସିବିରେ ଶୀଘ୍ର ପରୀକ୍ଷା ନୀରିକ୍ଷା କରାଇଦେବା ଓ ଅନ୍ୟ ଘରୋଇ କ୍ଲିନିକ୍ରେ ଶସ୍ତାରେ ବିଭିନ୍ନ ଟେଷ୍ଟ କରାଇଦେବା କହି ଟଙ୍କା ନେଉଥିଲେ । ଘଟଣାରେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ଅଛି କି ନାହିଁ ସେନେଇ ମଧ୍ୟ ତଦନ୍ତ କରାଯିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର। ଗିରଫ ଅଭିଯୁକ୍ତ ଏସସିବି ରେଡିଓଲୋଜି ବିଭଗରେ କାର୍ଯ୍ୟରତ ଥିଲେ। ସେପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଅଭିଯୁକ୍ତ।