ଏଭଳି ଏକ ଦେଶ, ଯେଉଁଠି ଲକଡାଉନ ଯୋଗୁଁ ଚାଲିଯାଉଛି ଜୀବନ

ଦୁନିଆରେ କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ଲାଗୁ କରାଯାଇଛି । ବହୁ ସ୍ଥାନରେ ଲକ୍ ଡାଉନ୍ ଭାଙ୍ଗିବାର ଖବର ସାମ୍ନାକୁ ଆସୁଛି । ଆମେରିକାର କିଛି ସହରରେ ଲୋକେ ସଡକ ଉପରକୁ ଆସି ଲକଡାଉନକୁ ବିରୋଧ କରୁଛନ୍ତି । କିନ୍ତୁ ନାଇଜେରିଆରେ ଲକ୍ ଡାଉନ୍ ଯୋଗୁଁ ୧୮ ଜଣଙ୍କ ଜୀବନ ଚାଲିଯାଇଛି ।

2222

କରୋନା ଯୋଗୁଁ ନାଇଜେରିଆରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଲକ୍ ଡାଉନ୍ ନିୟମ ପାଳନ କରିବାକୁ ନେଇ ନାଇଜେରିଆର ପୁଲିସ୍ ଓ ଅନ୍ୟ ସୁରକ୍ଷା ବଳ ୧୮ ଜଣଙ୍କୁ ହତ୍ୟା କରାଯାଇଛି । ତେବେ ଶନିବାର ଦିନ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।
ତେବେ ଏହି ଘଟଣାର ଖୁଲାସା ସେତେବେଳେ ହେଲା ଯେତେବଳେ ସ୍ଥାନୀୟ ଲୋକ ଏନେଇ ଏକ ଭିଡିଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟକୁ ପଠେଇଥିଲେ । କମିଶନଙ୍କ କହିବାନୁସାରେ ମାର୍ଚ୍ଚ ୩୦କୁ ଲକ୍ ଡାଉନ୍ କରାଯିବା ପରେ ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ସୁରକ୍ଷା ବଳ ମାରିଛନ୍ତି ।

nn

ନାଇଜେରିଆରେ ଏପର୍ଯ୍ୟନ୍ତ କରୋନା ସମ୍ପର୍କିତ ୪୯୩ଟି ମାମଲା ଆସିଛି । ୨୦ କୋଟି ଜନସଂଖ୍ୟାର ଏହି ରାଷ୍ଟ୍ରରେ କରୋନା ଭାଇରସର ସଂକ୍ରମଣକୁ ନେଇ ବେଶ୍ ଚିନ୍ତା ପ୍ରକଟ କରାଯାଇଛି ।

ଜାତୀୟ ମାନବାଧିକାର କମିଶନଙ୍କ ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ଲକ୍ ଡାଉନ୍ ସମୟରେ ଆଠଟି ଭିନ୍ନ ଭିନ୍ନ ଘଟଣା ପାଇଁ ୧୮ ଜଣଙ୍କର ହତ୍ୟା କରାଯାଇଛି । ନାଇଜେରିଆର ୩୬ରୁ ୨୪ଟି ରାଜ୍ୟ ତାଙ୍କ ନିକଟକୁ ୧୦୦ରୁ ଅଧିକ ଅଭିଯୋଗ ପଠାଇଛନ୍ତି । ତେବେ ନାଇଜେରିଆ ସୁରକ୍ଷା ବଳ ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ଉପରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.