ବଢୁଛି କୋଭିଡ୍ ସବ୍ ଭାରିଆଣ୍ଟ JN.1 ସଂକ୍ରମଣ ମାମଲା, ହସପିଟାଲରେ ଭେଣ୍ଟିଲେଟର-ଅକ୍ସିଜେନ ସିଲିଣ୍ଡର ପର୍ଯ୍ୟାପ୍ତ ମାତ୍ରାରେ ରଖିବାକୁ ନିର୍ଦ୍ଦେଶ

ବଢୁଛି କୋଭିଡ୍ ସଂକ୍ରମଣ ମାମଲା । ମହାରାଷ୍ଟ୍ରରେ କରୋନାରେ ସଂକ୍ରମିତ ୫୦ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହି ନୂଆ ମାମାଲା ମଧ୍ୟରୁ ଜେଏନ୍.୧ ସବ୍ଭାରିଏଣ୍ଟରେ ୯ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ଯାଞ୍ଚ ପରେ ଜଣାପଡିଛି । ହସପିଟାଲ ଗୁଡିକରେ ଭେଣ୍ଟିଲେଟର ଏବଂ ଅକ୍ସିଜେନ ସିଲିଣ୍ଡର ମହଜୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୁଣି ଚିନ୍ତା ବଢାଇଲାଣି କରୋନା । ଦେଶରେ ବଢୁଛି କୋଭିଡ୍ ସବ୍ ଭାରିଆଣ୍ଟ JN.1 ସଂକ୍ରମଣ ମାମଲା । ୪ ହଜାର ପାର୍ କରିଛି କୋଭିଡ୍ ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୩୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୫୪ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ରବିବାର ମହାରାଷ୍ଟ୍ରରେ କରୋନାରେ ସଂକ୍ରମିତ ୫୦ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହି ନୂଆ ମାମାଲା ମଧ୍ୟରୁ ଜେଏନ୍.୧ ସବ୍ଭାରିଏଣ୍ଟରେ ୯ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ଯାଞ୍ଚ ପରେ ଜଣାପଡିଛି । ତେଣୁ ହସପିଟାଲ ଗୁଡିକରେ ଭେଣ୍ଟିଲେଟର ଏବଂ ଅକ୍ସିଜେନ ସିଲିଣ୍ଡର ମହଜୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସଂକ୍ରମଣ ବୃଦ୍ଧି ସତ୍ତ୍ୱେ କେନ୍ଦ୍ର ସରକାର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ଚିନ୍ତାର କାରଣ ନୁହେଁ ଏବଂ ଲୋକଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରାଯାଉଛି । ତେବେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । WHO ମଧ୍ୟ କରୋନା ସଂକ୍ରମିତ ଦେଶର ସର୍ଭିଲାନ୍ସ ବଢାଇବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ କୋଭିଡ୍ ସଂକ୍ରମଣ ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୩ ହଜାର ୩୩୪କୁ ବୃଦ୍ଧି ପାଇଛି । ଦେଶରେ ସମୁଦାୟ ୪ କୋଟି ୪୪ ଲକ୍ଷ ୭୧ ହଜାର ୮୬୦ ଜଣ କୋଭିଡରୁ ସୁସ୍ଥ ହେଲେଣି । ଜାତୀୟ ସୁସ୍ଥତା ହାର ୯୮.୮୧ ପ୍ରତିଶତ ଥିବା ବେଳେ ମୃତ୍ୟୁହାର ୧.୧୮ ପ୍ରତିଶତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.