ଚୀନ ବିରୋଧରେ ଏକାଠି ହେବେ ଭାରତ ଓ ଆମେରିକା, ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନାରେ ସ୍ପଷ୍ଟ

ଚୀନ ବିରୋଧରେ ଏକାଠି ହେବେ ଭାରତ ଓ ଆମେରିକା। ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା କାଳରେ ପ୍ରତିରକ୍ଷା, ହିନ୍ଦ୍ ଓ ପ୍ରଶାନ୍ତ ମହାସଗାରୀୟ ଅଞ୍ଚଳରେ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ଦୁଇ ଦେଶ।

ଚୀନ ବିରୋଧରେ ଏକାଠି ହେବେ ଭାରତ ଓ ଆମେରିକା। ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା କାଳରେ ପ୍ରତିରକ୍ଷା, ହିନ୍ଦ୍ ଓ ପ୍ରଶାନ୍ତ ମହାସଗାରୀୟ ଅଞ୍ଚଳରେ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ଦୁଇ ଦେଶ। ଉଭୟ ଦେଶର କ୍ଷମତା ନିର୍ମାଣ କ୍ଷେତ୍ର ପାଇଁ ଦୁଇ ଦେଶ ମିଳିତ ଭାବେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।ପ୍ରତିରକ୍ଷା ଓ ଗୁଇନ୍ଦା ସୂଚନା କ୍ଷେତ୍ରରେ ପରସ୍ପର ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଭାରତ ଓ ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଆହୁରି ମଜଭୂତ ହେବ ଭାରତ – ଆମେରିକା ଦ୍ବିପାକ୍ଷିକ ସଂପର୍କ।  ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିବା ବେଳେ ଏହି ଆଲୋଚନା ଉଭୟ ଦେଶ ପାଇଁ ମହତ୍ତ୍ବପୂର୍ଣ୍ଣ ସମୟରେ ହେଉଥିବା କହିଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ। ପ୍ରତିରକ୍ଷା ସଂପର୍କକୁ ବୃଦ୍ଧି କରି ଚୀନ ବିରୋଧରେ ଏକାଠି ହେବା ନେଇ ଉଭୟ ଦେଶ ସହମତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ହିନ୍ଦ୍ ଓ ପ୍ରଶାନ୍ତ ମହାସଗାରୀୟ ଅଞ୍ଚଳରେ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଇଣ୍ଡୋ-ପାସିଫିକରେ ସୁରକ୍ଷା ପ୍ରସଙ୍ଗରେ ଦୁଇ ଦେଶ ଏକାଠି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରତିରକ୍ଷା ଓ ଗୁଇନ୍ଦା ସୂଚନା କ୍ଷେତ୍ରରେ ପରସ୍ପର ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସଂପର୍କ ମଜଭୁତ ହୋଇଛି।

ଉଭୟ ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର କ୍ଷେତ୍ର ଦ୍ବିପାକ୍ଷିକ ସଂପର୍କକୁ ଆହୁରି ସଶକ୍ତ କରିବ। ଆଲୋଚନା କାଳରେ ସେମିକଣ୍ଡକ୍ଟର ଓ ଅତ୍ୟାଧୁନିକ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗିତା ଉପରେ ଗୁରୁତ୍ବ ଦେଇଛନ୍ତି ଆଣ୍ଟୋନି ବ୍ଲିଙ୍କେନ। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଅନୁଷ୍ଠିତ ଟୁ ପ୍ଲସ ଟୁ ଆଲୋଚନା କାଳରେ ଅନେକ ପ୍ରସଙ୍ଗରେ ସହଭାଗିତା ଉପରେ କଥାବାର୍ତ୍ତା ହୋଇଥିଲା। ମହାକାଶ ଗବେଷଣା ସହଯୋଗ, ମହତ୍ତ୍ବପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା ସହ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ଅବସର ଆଣି ଦେଇଥିବା କହିଛନ୍ତି ବୈଦେଶିକ ସଚିବ ବିନୟ କ୍ବାତ୍ରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୱାଶିଂଟନ ଗସ୍ତ ଓ ରାଷ୍ଟ୍ରପତି ବାଇଡେନଙ୍କ ନୂଆଦିଲ୍ଲୀ ଗସ୍ତ ଦ୍ବିପାକ୍ଷିକ ସଂପର୍କକୁ ଆହୁରି ନିକଟତର କରିଥିବା ବୈଠକରେ ମତ ପ୍ରକାଶ ପାଇଛି।

 

Leave A Reply

Your email address will not be published.