କୋଭିଡର ୧୭କୋଟି ଡୋଜ ଦେଇ ଭାରତ ରହିଛି ସବୁଠୁ ଆଗରେ, ରିପୋର୍ଟରୁ ପ୍ରକାଶ

କରୋନାରୁ ବଞ୍ଚିବା ପାଇଁ ଏବେ ଏକ ମାତ୍ର ସାହାରା । ଆଉ ସେ ସାହାରା ହେଉଛି ଭ୍ୟାକସିନ । ଯାହାକୁ ଦେବାରେ ଭାରତ ପ୍ରଥମ ସ୍ଥାନରେ ରହିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ଦିନ ଏହି ସୂଚନା ଜାରି କରାଯାଇଛି ।  କୋଭିଡ ମହାମାରୀ ପାଇଁ ୧୭ କୋଟିରୁ ଅଧିକ ଟିକା ଦେଇ ଭାରତ ଦୁନିଆରେ ସବୁଠାରୁ ଆଗୁଆ ରହିଛି ।

0
pc: Mint

ଏହି ସ୍ତରରେ ପହଞ୍ଚିଥିବା ପାଇଁ ଆମେରିକାକୁ ୧୧୫ ଦିନ ଲାଗିଥିବା ବେଳେ ଚୀନକୁ ୧୧୯ ଦିନ ଲାଗିଥିଲା । କିନ୍ତୁ ଭାରତ ୧୭ କୋଟିର ଟିକା ଲୋକଙ୍କୁ ଦେଇ ସାରିଲାଣି । ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଦେଶରେ ମୋଟ ୧୭,୦୧,୭୬,୬୦୩ ର ଟିକା ଦିଆଯାଇଛି ।

85
pc: Hindustan

ଦେଶରେ ଏବେ ୧୮-୪୪ ମଧ୍ୟରେ ୨୦,୩୧,୮୫୪ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଦିଆଯାଉଛି । ଏହା ଆଗରୁ ୪୫ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ଏବେ ୨ୟ ଡୋଜ ଦେବାର ବ୍ୟବସ୍ଥା କରାଯାଉଛି । ପ୍ରଥମ ଡୋଜରେ ୫,୩୬,୭୪,୦୮୨ ଲୋକଙ୍କୁ ଡୋଜ ଦିଆ ହୋଇଥିବା ବେଳେ ୧,୪୯,୮୩,୨୧୭ଙ୍କୁ ୨ୟ ଡୋଜ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.