କରୋନା ଭାଇରସ୍‌ ପାଇଁ ଦୀର୍ଘ ଦିନ ଲକ୍‌ ଡାଉନ୍‌ ରହିଲେ ବି ଗରୀବଙ୍କୁ ଖୁଆଇବା ପାଇଁ ଭାରତ ପାଖରେ ଖାଦ୍ୟର ଅଭାବ ପଡ଼ିବନି

କରୋନା ପାଇଁ ଦୀର୍ଘ ଦିନ ଧରି ଯଦି ଭାରତରେ ଲକ୍‌ ଡାଉନ୍‌ ସ୍ଥିତି ଉପୁଜେ ତେବେ ଖାଦ୍ୟ ଶସ୍ୟର ଅଭାବ ପଡ଼ିବନି ବୋଲି ଭାରତ ଖାଦ୍ୟ ନିଗମର ଅଧ୍ୟକ୍ଷ ଡି.ଭି.ପ୍ରସାଦ ପ୍ରକାଶ କରିଛନ୍ତି । ଭାରତର ବର୍ଷକୁ ୫୦ ରୁ ୬୦ ମିଲିୟନ ଖାଦ୍ୟ ଶସ୍ୟର ଆବଶ୍ୟକତା ରହିଛି ।

food-1

ତେବେ ଅପ୍ରେଲ ମାସ ଶେଷ ସୁଦ୍ଧା ଭାରତ ଖାଦ୍ୟ ନିଗମ ଗୋଦାମଗଡ଼ିକରେ ୧୦୦ ମିଲିୟନ ଟନ୍‌ ଖାଦ୍ୟ ଶସ୍ୟ ମହଜୁଦ ରହିଥିବ । ୨୦୧୯-୨୦ରେ ଭାରତ ରେକର୍ଡ ସଂଖ୍ୟକ ୨୯୨ ମିଲିୟନ୍‌ ଟନ୍‌ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ଆଶା କରାଯାଉଛି ବୋଲି ଅଧ୍ୟକ୍ଷ ଶ୍ରୀ ପ୍ରସାଦ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।
ଯେତେଦୂର ଗହମ ଓ ଚାଉଳର କଥା ଏଥିପାଇଁ ଭାରତ ଆଦୈା ଚିନ୍ତା କରିବା ଦରକାର ନାହିଁ । ରାଜ୍ୟଗୁଡ଼ିକରେ ଥିବା ସରକାରୀ ଖାଉଟି କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ଖାଦ୍ୟ ଶସ୍ୟ ମହଜୁଦ କରିବାର କ୍ଷମତା ନାହିଁ । ନହେଲେ ଏକକାଳୀନ ୬ ମାସର ଖାଦ୍ୟ ଶସ୍ୟ ସରକାରୀ ଖାଉଟୀ କେନ୍ଦ୍ର ଜରିଆରେ ଲୋକଙ୍କୁ ଦିଆଯାଇପାରିବ ବୋଲି ଖାଦ୍ୟ ମନ୍ତ୍ରୀ ରାମ ବିଳାସ ପାଶ୍‌ଓ୍ଵାନ୍‌ ପ୍ରକାଶ କରିଛନ୍ତି ।

food-3

କରୋନାକୁ ଦୃଷ୍ଟିରେ ରଖି ଲୋକେ ଖାଦ୍ୟ ଶସ୍ୟ ଓ ବିଭିନ୍ନ ଆବଶ୍ୟକୀୟ ପଦାର୍ଥ ମହଜୁଦ ରଖିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ତେଣୁ ରାଜ୍ୟରେ ଖାଦ୍ୟ ଶସ୍ୟ ଅଭାବ ପରିଲକ୍ଷିତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ପ୍ରତି ରାଜ୍ୟ ପ୍ରାୟ ୬ ମାସ ପାଇଁ ୩୦ ମିଲିୟନ୍‌ ଟନ୍‌ ଖାଦ୍ୟ ଶସ୍ୟ କେନ୍ଦ୍ର ସରକାରଙ୍କ ଠାରୁ ନେଇ ମହଜୁଦ ରଖିପାରିବେ । ତେବେ ଖାଦ୍ୟ ଶସ୍ୟ ପାଇଁ ଭାରତ ଭୟ କରିବାର ଆବଶ୍ୟକ ନାହିଁ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.