ଦେଶରେ ଗତ ୨୪ ଘଣ୍ଟା ଭିତରେ ୪୬ ହଜାର ୨୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ, ୫୬୪ ମୃତ

ନୂଆଦିଲ୍ଲୀ: କିଛି ଦିନ ହେବ କରୋନା ସଂକ୍ରମିତ ସଂଖ୍ୟା କମି ଥିବା ବେଳେ ଏବେ ପୁଣି ଥରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଥିବା ନେଇ ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟାରେ ୪୬ ହଜାର ୨୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ଗତକାଲି ୯୦ ଲକ୍ଷ ପାର ହୋଇଯାଇଛି । ମୋଟ ରୂପରେ ଦେଖିଲେ ଏହି ସଂଖ୍ୟା ୯୦ ଲକ୍ଷ ୫୦ ହଜାର ୫୯୮ ଛୁଇଁଛି । ଯେବେକି ଗୋଟିଏ ଦିନ ଭିତରେ ୫୬୪ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ଯାହାକୁ ମିଶାଇ ଦେଶରେ ମୋଟ ମୃତକ ସଂଖ୍ୟା ୧ ଲକ୍ଷ ୩୨ ହଜାର ୭୨୬ ଛୁଇଁଥିବା ନେଇ ରେକର୍ଡ ହୋଇଛି ।

କିନ୍ତୁ ଅନ୍ୟ ପକ୍ଷରେ ଦେଖିଲେ ଗତ ୨୪ ଘଣ୍ଟା ଭିତରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୯ ହଜାର ୭୨୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ଦେଶରେ ସୁସ୍ଥ ସଂଖ୍ୟା ୮୪ ଲକ୍ଷ ୭୮ ହଜାର ୧୨୪ ଛୁଇଁଥିବା ନେଇ ରେକର୍ଡ ହୋଇଛି । ବର୍ତ୍ତମାନ ସମୟରେ ଦେଶରେ ୪ ଲକ୍ଷ ୩୯ ହଜାର ୭୪୭
ଟି ସକ୍ରିୟ ମାମଲା ରହିଛି । କହିରଖିବା ଉଚିତ ହେବକି ଏଯାବତ ଦେଶରେ ୧୩ କୋଟି ୬ ଲକ୍ଷ ୫୭ ହଜାର ୮୦୮ ମାମଲା ଯାଞ୍ଚ ହୋଇଥିବା ବେଳେ ଗୋଟିଏ ଦିନରେ ୧୦ଲକ୍ଷ ୬୬ ହଜାର ୨୨ ନମୁନା ପରୀକ୍ଷଣ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.