Below header

ଭାରତରେ ଦ୍ୱିତୀୟ କରୋନା ମୃତ୍ୟୁ, ଦିଲ୍ଲୀର ଏକ ହସ୍ପିଟାଲରେ COVID-19 ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ୬୯ ବର୍ଷୀୟ ବୃଦ୍ଧାଙ୍କ ଜୀବନ ଗଲା

ଦିଲ୍ଲୀ: ଭାରତରେ ଦ୍ୱିତୀୟ କରୋନା ମୃତ୍ୟୁ । ଦିଲ୍ଲୀର ଏକ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । COVID-19 ଭୂତାଣୁରେ ସଂକ୍ରମିତ ହୋଇ ୬୯ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କୁ ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଥିଲା । ମୃତ ମହିଳାଙ୍କ ପୁଅ ନିକଟରେ ବିଦେଶରୁ ଫେରିଥିଲା । ପୂର୍ବରୁ କର୍ଣ୍ଣାଟକ କାଲବୁରାଗୀ ଅଞ୍ଚଳର ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ଦେଶରେ କରୋନା ଭାଇରସ୍‌ରେ ୮୯ ଜଣ ଆକ୍ରାନ୍ତ ହୋଇଛନ୍ତି । କେରଳରେ ୨୨, ହରିୟାଣାରେ ୧୭, ମହାରାଷ୍ଟ୍ରରେ ୧୭, ଉତ୍ତରପ୍ରଦେଶରେ ୧୧, ଦିଲ୍ଲୀରେ ୬, କର୍ଣ୍ଣାଟକରେ ୭, ଲଦାଖରେ ୩ ଜଣ ଆକ୍ରାନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.