ଗତ ୨୪ ଘଣ୍ଟା ଭିତରେ ୩୬ ହଜାର ୫୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ

ନୂଆଦିଲ୍ଲୀ: ଦେଶରେ ୯୫ ଲକ୍ଷ ପାର ହେଲାଣି କୋଭିଡ ସଂକ୍ରମିତ ସଂଖ୍ୟା । ମୋଟ ରୂପରେ ଦେଖିଲେ ୯୫.୭୧ ଛୁଇଁଛି ଏହି ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୩୬ ହଜାର ୫୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୯୫ ଲକ୍ଷ ୭୧ ହଜାର ୫୫୯ ଛୁଇଁଛି ଏହି ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ଦେଶର ବିଭିନ୍ନ ସ୍ଥାନରୁ ୫୪୦ ଜଣଙ୍କ ଜୀବନ ଯାଇଥିବା ବେଳେ ୧ ଲକ୍ଷ ୩୯ ହଜାର ୧୮୮ ଛୁଇଁଲାଣି ମୃତକ ସଂଖ୍ୟା । ଦେଶରେ ଏଯାବତ ୯୦ ଲକ୍ଷ ୧୬ ହଜାର ୨୮୯ ଜଣ ସଂକ୍ରମଣ ମୁକ୍ତ ହୋଇଥିବା ବେଳେ ସୁସ୍ଥତା ହାର ୯୪.୨୦ ପ୍ରତିଶତ ଛୁଇଁଛି । ଯେବେକି ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଥିବା ଜଣାଯାଇଛି । ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ସ୍ଥାନରେ ୪ ଲକ୍ଷ ୧୬ ହଜାର ୮୨ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ଏହି ସଂଖ୍ୟା ବି ୪.୩୫ ପ୍ରତିଶତରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ୧୪ କୋଟି ୪୭ ଲକ୍ଷ ୨୭ ହଜାର ୭୪୯
ନମୁନା ଯାଞ୍ଚ ସାରିଥିବା ବେଳେ ଗୁରୁବାର ମାତ୍ର ୧୧ ଲକ୍ଷ ୭୦ ହଜାର ୧୦୨ ନମୁନା ପରୀକ୍ଷଣ ହୋଇଛି । ଭାରତରେ ଅଗଷ୍ଟ ୭ ସୁଦ୍ଧା ୨୦ ଲକ୍ଷ, ୨୩
ଅଗଷ୍ଟ ସୁଦ୍ଧା ୩୦ ଲକ୍ଷ , ସେପ୍ଟେମ୍ବର ୫ ସୁଦ୍ଧା ୪୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରେକର୍ଡ ହୋଇଥିଲା । ଯେବେକି ସେପ୍ଟେମ୍ବର ୧୬
ସୁଦ୍ଧା ୫୦ ଲକ୍ଷ, ସେପ୍ଟେମ୍ବର ୨୮ ସୁଦ୍ଧା ୬୦ ଲକ୍ଷରେ ପହଞ୍ଚିଥିଲା ପଜିଟିଭ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.