ଦେଶରେ ବୋଲ ମାନୁନି କରୋନା, ୨୪ ଘଣ୍ଟାରେ ସର୍ବାଧିକ ୫୭ ହଜାର ୧୧୭ ନୂଆ ଆକ୍ରାନ୍ତ ଚିହ୍ନଟ, ୭୬୪ ଜଣ ମୃତ

 ନୂଆଦିଲ୍ଲୀ: ଦେଶରେ ବେଲଗାମ ସ୍ଥିତିରେ ଅଛି କରୋନା କରୋନା ଭାଇରସ । ଗୋଟେ ପଟେ ଦିନ କୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ବି ସେହି ଅନୁପାତରେ ବଢ଼ି ବଢ଼ି ଚାଲିଛି । ଦେଶରେ ମୋଟ ୧୬ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏହି ସଂଖ୍ୟା ଏବେ ୧୬,୯୫,୯୮୮ରେ ପହଂଚିଛି । ସେହିପରି ୩୫ ହଜାର ପାର ହୋଇ ୩୬,୫୧୧ ଛୁଇଁଲାଣି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୫୭,୧୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୬୪ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ଦେଶର ବିଭିନ୍ନ ପ୍ରାନ୍ତରେ ୫,୬୫,୧୦୩ ଜଣ ଚିକିତ୍ସିତ ହେଉଥିବା ଥିବା ବେଳେ ୧୦,୯୪,୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏଯାବତ ଦେଶରେ ୬୪.୫୪ ପ୍ରତିଶତ ସୁସ୍ଥତା ହାର ରହିଛି । ସେପଟେ ମୃତ୍ୟୁ ହାର ହ୍ରାସ ପାଇ ୨.୧୮ ଛୁଇଁଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମଆର ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦେଶରେ ୧୯୩୫୮୬୫୯ ଜଣଙ୍କ ନମୁନା ପରୀକ୍ଷଣ ସରିଲାଣି । ଶୁକ୍ରବାର ଦିନ ହିଁ ୫ ଲକ୍ଷ ୨୫ ହଜାର ୬୮୯ ଜଣଙ୍କ ନମୁନା ପରୀକ୍ଷଣ ହୋଇଥିଲା । ସେପଟେ ଆଜି ଓଡିଶାରୁ ୧୬୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.