ଦେଶରେ ୫୦ ଲକ୍ଷ ପାର ହେଲା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୯୦ ହଜାର ନୂଆ ପଜିଟିଭ କେସ

ଦେଶବ୍ୟାପୀ କରୋନା ସଂକ୍ରମଣ ହାର ଦିନ କୁ ଦିନ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମିତ ମାମଲା ହାରାହାରି ୯୦
ହଜାର ଚିହ୍ନଟ ହେଉଛନ୍ତି । ବୁଧବାର ଅର୍ଥାତ ଗତ ୨୪ ଘଣ୍ଟା ଭିତରେ ୯୦୧୨୩ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତ ସଂଖ୍ୟା ୫୦ ଲକ୍ଷ ପାର ହୋଇସାରିଲାଣି । କିନ୍ତୁ ଅନ୍ୟପକ୍ଷରେ ଆଶ୍ବସ୍ତିକର ବିଷୟ ହେଉଛି, ସଂକ୍ରମିତ ସଂଖ୍ୟା ସହ ସୁସ୍ଥତା ହାର ବି ବଢି ବଢି ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ, ଏବେ ୩୯ ଲକ୍ଷ ୪୨ ହଜାର ଜଣ ସୁସ୍ଥ ହୋଇସାରିଲାଣି । ଯେବେକି, ୨୪ ଘଣ୍ଟା ଭିତରେ ୧୨୯୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହାକୁ ମିଶାଇ ମୃତକ ସଂଖ୍ୟା ୮୨ ହଜାର ୬୬
ପାର ହୋଇସାରିଲାଣି ।

ଯଦି ମୋଟ ସଂଖ୍ୟାକୁ ଦେଖାଯାଏ ତେବେ ସଂକ୍ରମିତ ସଂଖ୍ୟା ୫୦ ଲକ୍ଷ ୨୦ ହଜାର ୩୬୦ ଛୁଇଁଛି । ଯେବେକି ୯
ଲକ୍ଷ ୯୫ ହଜାର ୯୩୩ ଲୋକଙ୍କ ଉପଚାର ଚାଲିଥିବା ବେଳେ ୩୯ ଲକ୍ଷ ୪୨ ହଜାର ୩୬୧ ଲୋକ ସୁସ୍ଥ ହୋଇ ଫେରିଛନ୍ତି । ଏହି ସଂକ୍ରମଣ ମାମଲାରେ ବିଦେଶୀ ନାଗରିକ ସାମିଲ ଅଛନ୍ତି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମଆର ଦ୍ୱରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୫ ସୁଦ୍ଧା ୫ କୋଟି ୯୪ ଲକ୍ଷ ୨୯ ହଜାର ୧୧୫ ନମୁନା ଯାଞ୍ଚ ହୋଇଥିବା ବେଳେ ମଙ୍ଗଳବାର ୧୧ ଲକ୍ଷ ୧୬ ହଜାର ୮୪୨ ନମୁନା ଯାଞ୍ଚ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.