ଭାରତୀୟ ବାୟୁସେନା ହେଲିକପ୍ଟରର ଜରୁରୀ ଅବତରଣ, ପାଇଲଟ ଏବଂ ଅନ୍ୟ କ୍ର୍ୟୁ ସଦସ୍ୟ ସୁରକ୍ଷିତ
ବିଲରେ ଅବତରଣ କଲା ବାୟୁସେନାର ହେଲିକପ୍ଟର । ବୈଷୟିକ ତ୍ରୁଟି ଯୋଗୁଁ ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ବାୟୁସେନାର ହେଲିକପ୍ଟର ଜରୁରୀ ଅବତରଣ କରିଛି ।
ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ବାୟୁସେନାର ହେଲିକପ୍ଟର ଜରୁରୀ ଅବତରଣ କରିଛି । ତେବେ ହେଲିକପ୍ଟରରେ ବୈଷୟିକ ତ୍ରୁଟ ଯୋଗୁଁ ନିକଟରେ ଥିବା ବିଲରେ ଭାରତୀୟ ବାୟୁସେନାର ଏକ ଆପାଚି ଆଟାକ୍ ହେଲିକପ୍ଟର୍ ଜରୁରୀ ଅବତରଣ କରିଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଛି । ତେବେ ଘଟଣାରେ କିଛି ଅଘଟଣ ଘଟିନି । ପାଇଲଟ ସୁରକ୍ଷିତ ରହିଛନ୍ତି ।
ଖବର ଅନୁସାରେ, ଜଖାନୌଲି ଗାଁ ଅନ୍ତର୍ଗତ ବିଲରେ ବାୟୁସେନାର ଏଏଚ୍ ୬୪ଇ ଆପାଚି ହେଲିକପ୍ଟରଟି ଜରୁରୀ ଅବତରଣ କରିଛି। ହେଲିକପ୍ଟରର ପାଇଲଟ୍ ସୁରକ୍ଷିତ ରହିଛନ୍ତି । ବୈଷୟିକ ତ୍ରୁଟି କାରଣରୁ ହେଲିକପ୍ଟର୍ ଜରୁରୀ ଅବତରଣ କରିଥିବା ଖବର ମିଳିଛି ।
Indian Air Force’s AH-64 Apache helicopter made an emergency landing in Madhya Pradesh’s Bhind. An Apache attack helicopter of the #Indian_Air_Force Pilot made emergency landing due to technical fault. The IAF made a safe landing with no casualties. pic.twitter.com/qB3h7hTR5j
— South Asian Perspective (@SAnPerspective) May 29, 2023
ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣା ଏଡ଼ାଯାଇ ପାରିଲା। ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖି ପାଇଲଟ ଜରୁରୀ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ। ଖୁବ୍ ଶୀଘ୍ର ହେଲିକପ୍ଟରଟି ବିଲରୁ ଉଡ଼ାଣ ଆରମ୍ଭ କରିବ ବୋଲି ବାୟୁସେନାର ଜଣେ ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ, ଏଏଚ୍ ୬୪ଇ ଆପାଚି ହେଲିକପ୍ଟର୍ ହେଉଛି ବିଶ୍ବର ସବୁଠୁ ଆଧୁନିକ ଲଢୁଆ ହେଲିକପ୍ଟର୍। ଭାରତୀୟ ବାୟୁସେନାରେ ୨୨ଟି ଏଏଚ୍ ୬୪ଇ ଆପାଚି ଆଟାକ୍ ହେଲିକପ୍ଟର୍ ରହିଛି ।