କଳିଙ୍ଗ ଟିଭି କନ୍କ୍ଲେଭ୍ : ‘ପଞ୍ଚମ ପାଳି ବିକାଶର ପାଳି, 5T ଏକ ଅଭିନବ ପଦକ୍ଷେପ
କଳିଙ୍ଗ ଟିଭି କନ୍କ୍ଲେଭ୍ ‘ପଞ୍ଚମ ପାଳି ବିକାଶର ପାଳି । କନ୍କ୍ଲେଭ୍ରେ ଶ୍ରୀମୟୀ ମିଶ୍ର ବକ୍ତବ୍ୟ ରଖିଥିଲେ । ‘ମିଶନ ଶକ୍ତି’ ବର୍ଷ ସାରା ମା’ ମାନଙ୍କୁ ଶକ୍ତି ଦେଇଛି । ‘ରାଜ୍ୟର ମିଶନ ଶକ୍ତି ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭୁତପୂର୍ବ ଉପହାର ବୋଲି କହିଥିଲେ ଓବି ଆଣ୍ଡ ଓସିଡବ୍ଲୁଡବ୍ଲୁ ବୋର୍ଡର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ।

ଭୁବନେଶ୍ୱର (କେନ୍ୟୁଜ): କଳିଙ୍ଗ ଟିଭି କନ୍କ୍ଲେଭ୍ ‘ପଞ୍ଚମ ପାଳି ବିକାଶର ପାଳି । କନ୍କ୍ଲେଭ୍ରେ ଶ୍ରୀମୟୀ ମିଶ୍ର ବକ୍ତବ୍ୟ ରଖିଥିଲେ । ‘ମିଶନ ଶକ୍ତି’ ବର୍ଷ ସାରା ମା’ ମାନଙ୍କୁ ଶକ୍ତି ଦେଇଛି । ‘ରାଜ୍ୟର ମିଶନ ଶକ୍ତି ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭୁତପୂର୍ବ ଉପହାର ବୋଲି କହିଥିଲେ ଓବି ଆଣ୍ଡ ଓସିଡବ୍ଲୁଡବ୍ଲୁ ବୋର୍ଡର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର । ସେହିପରି ମିଶନ ଶକ୍ତିର ଉପଦେଷ୍ଟା ଗୀତା ବସ୍ତିଆ ନିଜର ବକ୍ତବ୍ୟରେ ‘ମହିଳାମାନଙ୍କ ସଶକ୍ତିକରଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ’ ବୋଲି କହିଥିଲେ ।
ମହିଳାଙ୍କୁ ରୋଷେଇ ଘରୁ ଆଣି ବିଶ୍ୱଦର୍ଶନ କରାଇବାକୁ ନିଆଯାଇଛି। ମିଶନ ଶକ୍ତି ମାଧ୍ୟମରେ ମା’ମାନେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି। ବ୍ୟାଙ୍କରେ ୮୦% ମା’ମାନଙ୍କ ଜମାଖାତା ରହିଛି ବୋଲି କହିଥିଲେ ଶ୍ରୀମତି ବସ୍ତିଆ। ମୁଠି ଚାଉଳ ଆଦାୟ କରି ଆମେ ଗୋଷ୍ଠୀ ଗଢ଼ିଥିଲୁ ବୋଲି DLFର ସଭାପତି ମୀନାକ୍ଷୀ ପୃଷ୍ଟି ତାଙ୍କର ବକ୍ତବ୍ୟରେ କହିଥିଲେ । କହିଛନ୍ତି। ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି BLFର କୋଷାଧ୍ୟକ୍ଷା କବିତା ସାହୁ କହିଥିଲେ।
ଦ୍ୱିତୀୟ ଅଧିବେଶନରେ 5T ଏକ ଅଭିନବ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା । କନ୍କ୍ଲେଭ୍ରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ସୁଲତା ଦେଓ, SDC ଉପଦେଷ୍ଟା ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। E & IT ସଚିବ ମନୋଜ ମିଶ୍ର ମଧ୍ୟ ଯୋଗ ଦେଇଥିଲେ । ପଞ୍ଚମ ପାଳି ରୂପାନ୍ତରିତ ବିକାଶର ପାଳି, ସବୁଠୁ ତଳ ପାହାଚର ଲୋକ ପାଖରେ ବିକାଶ ପହଞ୍ଚାଇବା ସହ କ୍ରମାଗତ ଭାବେ ଭୋଟ ପାଇ ଜିତିଆସୁଛନ୍ତି ନବୀନ ପଟ୍ଟନାୟକ ବୋଲି କହିଥିଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗରିବ ଲୋକଙ୍କ ଆଶା ଓ ଭଲ ପାଇବା ଅଛି। ସେହି ବିଶ୍ୱାରର ପ୍ରତିଫଳନ ହେଉଛି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଉଦ୍ଦେଶ୍ୟ ଓ ସଙ୍କଳ୍ପର ସହ କାମ କରିଥାନ୍ତି ମୁଖ୍ୟମନ୍ତ୍ରୀ। 5T ଅଭିଯାନ ଦ୍ୱାରା ଲୋକଙ୍କ ନିକଟତର ହୋଇପାରିଛି ପ୍ରଶାସନ। ହା ଅନ୍ନ ହା ଅନ୍ନ ଚିତ୍କାର ଆଉ ଶୁଭୁନି, ଏବେ ଖାଦ୍ୟଶସ୍ୟ ବଳକା ରହୁଛି। ଓଡ଼ିଶା ଏବେ ଖାଦ୍ୟଶସ୍ୟ ରପ୍ତାନୀ କରୁଛି। ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ଜୀବନଧାରଣରେ ଉନ୍ନତି ଘଟିଛି। ଲୋକଙ୍କୁ ଆମେ ଭିଟାମିନ ଯୁକ୍ତ ଚାଉଳ ଯୋଗାଉଛୁ । ଏହି ୩୦ ଟି ଜିଲ୍ଳାରେ କାର୍ଯ୍ୟକାରୀ ହେଲାଣି । ଏହା ସମ୍ଭବ ହୋଇ ପାରିଛି ଆମ ସରକାରରେ ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ।