୧୮୪୦ରେ ବିକାଶ ହୋଇଥିଲା ପ୍ରଥମ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଏବେ ଘରେ ଘରେ ହେଉଛି ବ୍ୟବହାର

କେବେଠୁ ଆମେ ଏସିର ବ୍ୟବହାର କରୁଛୁ? ପ୍ରଥମେ କିଏ ଏସିର ଉଦଭାବନ କରିଥିଲେ? ୧୮୪୦ ମସିହାରେ ଫ୍ଲୋରିଡାର ଡ. ଜୋନ ଗୋରୀ କୃତ୍ରିମ କୁଲିଂ ଉପରେ ପରୀକ୍ଷା କରିବା ଆରମ୍ଭ କରିଥିଲେ । ୧୯୦୨ରେ ଇଂଜିନିୟର ଓ୍ଵିଲିସ୍‌ କ୍ୟାରିଅର୍‌ ପ୍ରଥମ ମର୍ଡେନ ବୈଦ୍ୟୁତିକ ଶୀତତାପ ଯନ୍ତ୍ର ଉଦଭାବନ କରିଥିଲେ ।

କେନ୍ୟୁଜ୍‌(ବ୍ୟୁରୋ): ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବା ଏସି । ଘର ଭିତର ତାପକୁ ନିୟନ୍ତ୍ରିତ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ । ବିଶେଷକରି ଖରାଦିନେ ଏହାର ବହୁଳ ବ୍ୟବହାର ହୁଏ । ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଆମେ ଏସିର ବ୍ୟବହାର କରୁ । ଘର, ବ୍ୟବସାୟିକ ପ୍ରତିଷ୍ଠାନ, ହସପିଟାଲ, ଡାଟା ସେଣ୍ଟର, ଲାବରୋଟୋରୀ ଭଳି ବିଲ୍ଡିଂରେ ଏସିର ବ୍ୟବହାର ହୋଇଥାଏ । ଆଜିକା ଦିନରେ ଲକଜୁରୀ ଜୀବନ ଯାପନ ପାଇଁ ଏସି ନିହାତି ଜରୁରୀ ହୋଇ ପଡ଼ିଛି । ତେବେ କେବେଠୁ ଆମେ ଏସିର ବ୍ୟବହାର କରୁଛୁ? ପ୍ରଥମେ କିଏ ଏସିର ଉଦଭାବନ କରିଥିଲେ? ଜାଣିବା ପାଇଁ ଆମର ଏହି ଭିଡିଓ ଦେଖନ୍ତୁ ।

ସର୍ବପ୍ରଥମେ ୧୮୪୦ ମସିହାରେ ଫ୍ଲୋରିଡାର ଡ. ଜୋନ ଗୋରୀ କୃତ୍ରିମ କୁଲିଂ ଉପରେ ପରୀକ୍ଷା କରିବା ଆରମ୍ଭ କରିଥିଲେ । ସେ ଏକ ମେସିନର ଡିଜାଇନ କରିଥିଲେ ଯେଉଁଥିରେ କମ୍ପ୍ରେସରର ବ୍ୟବହାର କରି ବରଫ ତିଆରି କରାଯାଇ ପାରୁଥିଲା । ୧୮୫୧ରେ ଏହା ପେଟେଣ୍ଟ ହାସଲ କରିଥିଲା । ତାଙ୍କର ଏହି ଟେକ୍ନୋଲୋଜିକୁ କିନ୍ତୁ ବଜାରକୁ ଆଣିବାରେ ସେ ଅସଫଳ ହୋଇଥିଲେ । ତାଙ୍କର ଏହି ଉଦଦ୍ଭାବନ ମର୍ଡେନ ଶୀତତାପ ଯନ୍ତ୍ର ଓ ରେଫ୍ରିଜେରେସନର ମୂଳଦୁଆ ପକାଇଥିଲା ।

ଆର୍ଟିଫିସିଆଲ କୁଲିଂ ଟେକ୍ନୋଲୋଜିର ଧାରଣା ବର୍ଷ ବର୍ଷ ଧରି ପଡ଼ିରହିଲା । ଏହାପରେ ୧୯୦୨ରେ ଇଂଜିନିୟର ଓ୍ଵିଲିସ୍‌ କ୍ୟାରିଅର୍‌ ପ୍ରଥମ ମର୍ଡେନ ବୈଦ୍ୟୁତିକ ଶୀତତାପ ଯନ୍ତ୍ର ଉଦଭାବନ କରିଥିଲେ । ହ୍ୟୁମିଡିଟି ସମସ୍ୟା ଦୂର କରିବା ପାଇଁ ସେ ଏହି ଉଦଭାବନ କରିଥିଲେ । ଏହାପରେ ସେ ବାରମ୍ବାର ପରୀକ୍ଷା କରିବା ପରେ ଏକ ସ୍ୱୟଂ ଚାଳିତ କଂଟ୍ରୋଲ ସିଷ୍ଟମ ଉଦଦ୍ଭାବନ କରିଥିଲେ । ଯାହା ଆଦ୍ରତା ବା ହ୍ୟୁମିଡିଟି ସହ ତାପକୁ ନିୟନ୍ତ୍ରଣ କରୁଥିଲା । ଏହା ଅନେକ ଶିଳ୍ପ ତଥା କାରଖାନା ପାଇଁ ଲାଭଦାୟକ ହୋଇ ରହିଲା ।

୧୯୦୪ରେ ହୋଇଥିବା ସେଣ୍ଟ୍‌ ଲୁଇସ୍‌ ଓ୍ଵାଲ୍ଡ ଫେୟାରରେ ଆୟୋଜକ ମିସୋରି ଷ୍ଟେଟ ବିଲ୍ଡିଂକୁ ଥଣ୍ଡା ରଖିବା ପାଇଁ ମେକାନିକାଲ ରେଫ୍ରିଜେରେସନର ବ୍ୟବହାର କରିଥିଲେ । ଏହାପରେ ୧୯୨୦ରେ ଆରାମ ଦାୟକ କୁଲିଂ ଟେକ୍ନୋଲୋଜି ଆସିଥିଲା । ସିନେମା ହଲ ମାନଙ୍କରେ ଏହି ଟେକ୍ନୋଲୋଜି ବ୍ୟବହାର ହେଉଥିଲା । ୧୯୨୨ରେ ହିଟିଂ ଟେକ୍ନୋଲୋଜି ଆସିଥିଲା ଖବର କାଗଜକୁ ଗରମ ରଖିବା ପାଇଁ ଏହି ଟେକ୍ନୋଲୋଜିର ବ୍ୟବହାର କରାଯାଉଥିଲା । ସେହି ବର୍ଷ କ୍ୟାରିଅର ଇଂଜିନିୟରିଂ କରପୋରେସନ ପ୍ରଥମ ଭଲ ଭାବେ ଡିଜାଇନ ହୋଇଥିବା କୁଲିଂ ସିଷ୍ଟମ ଲସ ଆଞ୍ଜେଲସର ଥିଏଟରରେ ଇନଷ୍ଟଲ କରିଥିଲା ।

୧୯୨୯ରେ Frigidaire ପକ୍ଷରୁ ଏକ ରୁମ କୁଲର ବଜାରକୁ ଅଣାଯାଇଥିଲା । ଯାହା ଏକ ରେଡିଓ କ୍ୟାବିନେଟ ପରି ହୋଇଥିଲା । ଏହା ବହୁତ ବଡ଼ ଓ ଓଜନିଆ ଥିଲା । H.H. Schultz and J.Q. Sherman ୧୯୩୨ରେ ଏକ ଆଉ ଏକ କୁଲିଂ ସିଷ୍ଟମର ବିକାଶ କରିଥିଲେ । ଏହା ଆକାରରେ ଛୋଟ ରହିଥିଲା । କିନ୍ତୁ ଏହାର ଦାମ ଅଧିକ ରହିଥିଲା । Engineer Henry Galson ଓ୍ଵିଣ୍ଡୋ ଏୟାର କଣ୍ଡିସନରର ବିକାଶ କରିଥିଲେ । ଏହା ୧୯୪୭ରେ ବଜାରକୁ ଆସିଥିଲା । ଏହାକୁ ଲୋକେ ବହୁଳ ମାତ୍ରାରେ ବ୍ୟବହାର କରିଥିଲେ । ୧୯୬୦ ପରେ ଏହି ଟେକ୍ନୋଲୋଜିରେ ବିକାଶ ହେବା ଆରମ୍ଭ ହୋଇଛି । ଅଧିକ ଗରମ ହେଉଥିବା ଅଞ୍ଚଳରେ ଏହାର ବହୁଳ ବ୍ୟବହାର ବଢିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.