Below header

ଇସ୍ରୋକୁ ମିଳିଲା ବଡ଼ ସଫଳତା, ଲଞ୍ଚ ହେଲା ନେଭିଗେସନ ସାଟେଲାଇଟ NVS-01

ଇସ୍ରୋ ଆଜି ସକାଳ ୧୦.୪୨ ମିନିଟ ସମୟରେ ଶ୍ରୀହରିକୋଟାସ୍ଥିତ ସତିଶ ଧଓ୍ଵନ ସ୍ପେସ ସେଣ୍ଟରରୁ ନୂଆ ଜେନେରେସନର ନେଭିଗେସନ ସାଟେଲାଇଟକୁ ଲଞ୍ଚ କରିଛି । ଏହି ସାଟେଲାଇଟର ନାମ NVS-01 ରଖାଯାଇଛି, ଯାହା GSLV-F12 ରକେଟ ଦ୍ୱାରା ଲଞ୍ଚ ପ୍ୟାଡ- ୨ ରୁ ଲଞ୍ଚ କରାଯାଇଛି ।

(କେନ୍ୟୁଜ ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଏକ ବଡ଼ ସଫଳତା ହାସଲ କରିଛି । ଇସ୍ରୋ ଆଜି ସକାଳ ୧୦.୪୨ ମିନିଟ ସମୟରେ ଶ୍ରୀହରିକୋଟାସ୍ଥିତ ସତିଶ ଧଓ୍ଵନ ସ୍ପେସ ସେଣ୍ଟରରୁ ନୂଆ ଜେନେରେସନର ନେଭିଗେସନ ସାଟେଲାଇଟକୁ ଲଞ୍ଚ କରିଛି । ଏହି ସାଟେଲାଇଟର ନାମ NVS-01 ରଖାଯାଇଛି, ଯାହା GSLV-F12 ରକେଟ ଦ୍ୱାରା ଲଞ୍ଚ ପ୍ୟାଡ- ୨ ରୁ ଲଞ୍ଚ କରାଯାଇଛି ।

GSLV-F12 ର ନାଭିଗେସନ ସାଟେଲାଇଟ ଏନଭିଏସ-୦୧ ସଫଳତା ସହିତ ସ୍ଥାପିତ କରାଯାଇଥିଲା । ଏହି ସାଟେଲାଇଟ ଭାରତ ଏବଂ ମୁଖ୍ୟ ଭୂମିର ପାଖାପାଖି ୧୫୦୦ କିଲୋମିଟର ଅଞ୍ଚଳର ସମସ୍ତ ସ୍ଥିତି ଏବଂ ସମୟ ସମ୍ବନ୍ଧୀୟ ସେବା ପ୍ରଦାନ କରିବ । ଇସ୍ରୋ ଏହା ମଧ୍ୟ କହିଛି, ଲଞ୍ଚ ହେବାର ୨୦ ମିନିଟ ପରେ ରକେଟ ପାଖାପାଖି ୨୫୧ କିଲୋମିଟର ଉଚ୍ଚରେ ଭୌଗଳିକ ସ୍ଥାନାନ୍ତର କକ୍ଷପଥ ରେ ଉପଗ୍ରହ ସ୍ଥାପିତ କରିବ । ଏଲ୧, ଏଲ୫ ଏବଂ ଏସ ବ୍ୟାଣ୍ଡ ଉପକରଣ ସହିତ ଏନଭିଏସ- ୦୧ଲଞ୍ଚ ହୋଇଛି ।

ଇସ୍ରୋର ପ୍ରମୁଖ ଡା. ଏସ ସୋମନାଥ କହିଛନ୍ତି ଯେ ସେମାନେ ୭ ପୁରୁଣା ନାଭିକ ସାଟେଲାଇଟ ଦ୍ୱାରା କାର୍ଯ୍ୟ ଚଳାଇଥିଲେ । କିନ୍ତୁ ସେଥି ମଧ୍ୟରୁ ମାତ୍ର ୪ଟି କାମ କରୁଥିଲା ଏବଂ ୩ଟି ଖରାପ ହୋଇ ଯାଇଥିଲା । ଯଦି ୩ଟି ସାଟେଲାଇଟକୁ ବଦଳା ଯାଇଥାନ୍ତା ସେହି ସମୟରେ ଅନ୍ୟ ୪ଟି ଖରାପ ହୋଇଯାଇଥାନ୍ତା । ଏଥି ପାଇଁ ସେମାନେ ପାଞ୍ଚ ନେକ୍ସ୍ଟ ଜେନେରେସନ ନାଭିକ ସାଟେଲାଇଟ ଏନଭିଏସକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ ।

ପୂର୍ବରୁ ଇଣ୍ଡିଆନ ରିଜନାଲ ନେଭିଗେସନ ସିଷ୍ଟମ (IRNSS) ଅଧିନରେ ୭ଟି NavIC ସାଟେଲାଇଟ ଲଞ୍ଚ କରାଯାଇଥିଲା । ଏହା ନକ୍ଷତ୍ର ପରି କାର୍ଯ୍ୟ କରିଥିଲା । ଏହା ଦ୍ୱାରା ଭାରତରେ ନେଭିଗେସନ ସେବା ମିଳୁଥିଲା କିନ୍ତୁ ଏହା ସୀମିତ ଥିଲା । ସେନା ଓ ବିମାନ ସେବା ଏହାର ବ୍ୟବହାର କରୁଥିଲେ । କିନ୍ତୁ ନାଭିକ ର ୭ ସାଟେଲାଇଟ ରୁ ୩ ଟି କାର୍ଯ୍ୟ କରିବା ବନ୍ଦ କରିଥିଲା । ଏଥି ପାଇଁ ଇସ୍ରୋ ପାଞ୍ଚ ନୂଆ ସାଟେଲାଇଟ ନିର୍ମାଣ କରିବା ପାଇଁ ଦାୟିତ୍ୱ ନେଇଥିଲା ।

ଏନଭିଏସ-୦୧ ସାଟେଲାଇଟ ପୃଥିବୀ ର ଜିୟୋସିଙ୍କ୍ରୋନସ ଅର୍ବିଟର ୩୬,୫୬୮ କିଲୋମିଟର ଉପରେ ରହିବ । ଏହି ସାଟେଲାଇଟ ପୃଥିବୀ ଚାରି ପଟେ ଅଣ୍ଡାକାର ଆକୃତିରେ ଘୂରିବ । ଲଞ୍ଚ ହେବା ଠାରୁ ଏହା ୧୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ସୂଚନା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.